ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। କାଳକ୍ରମେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଉତ୍ତରପଶ୍ଚିମକୁ ଗତି କରି ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ସଦୃଶ ଲଘୁଚାପରେ ପରିଣତ ହେବ। ପରେ ଏହା ଅବପାତ ରୂପ ନେଇପାରେ। କାଳକ୍ରମେ ଏହା ଦକ୍ଷିଣ ବାଙ୍ଗଲା ଦେଶ ଓ ମିଆଁମାର ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ପ୍ରଭାବରେ ରାଜ୍ୟରେ ଦଶହରା ବେଳକୁ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି। ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୨୧ଠାରୁ ପାଗ ପରିବର୍ତ୍ତନ ହେବ। ୨୨ ତାରିଖ ବେଳକୁ ମେଘୁଆ ପାଗ ଦେଖାଯିବ ସହ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ତାର ରୂପରେଖ ଜଣାପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।

Related Articles

Leave a Reply

Your email address will not be published.

Back to top button