ସାଇବର ଠକେଇ: ଆକାଉଣ୍ଟରୁ ପୋଛି ହୋଇଗଲା ୪୩ ଲକ୍ଷ

ଭୁବନେଶ୍ବର: ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ। ଉଭୟଙ୍କ ଆକାଉଣ୍ଟରୁ ପୋଛି ହୋଇଗଲା ୪୩ ଲକ୍ଷ ଟଙ୍କା। ସେମାନଙ୍କ ଘର କଟକର ସିଡିଏ ଓ ପୁରୀଘାଟ ଅଞ୍ଚଳର ବୋଲି ଜଣାଯାଇଛି। ଜଣେ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏକ ନକଲି ୱେବସାଇଟରେ ଟଙ୍କା ଲଗାଇ ଏମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଉଭୟ ଯୁବକ। ଉଭୟ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ସେମାନଙ୍କ ଫୋନ୍‌କୁ ହ୍ୱାଟସ୍‌ ଆପ୍‌ ମେସେଜ ଆସିଥିଲା । ଏହାକୁ କ୍ଲିକ୍‌ କରିବା ପରେ ସେମାନଙ୍କୁ ଏକ ଗ୍ରୁପରେ ଆଡ କରି ଭିନ୍ନ ଭିନ୍ନ ଟାସ୍କ ଦିଆଯାଉଥିଲା। ଟାସ୍କ ପୂରଣ କଲେ ସଙ୍ଗେ ସଙ୍ଗେ ଟଙ୍କା ମିଳି ଯାଉଥିଲା। ଘରେ ବସି ଆକାଉଣ୍ଟକୁ ଟଙ୍କା ଆସି ଯାଉଥିବାରୁ ଉକ୍ତ ଦୁଇ ଯୁବ ଇଞ୍ଜିନିୟର ଏହି ମାୟା ଜାଲରେ ଧୀରେ ଧରେ ଫସିବାକୁ ଲାଗିଲେ। ଏହାପରେ ସାଇବର ଠକ ସେମାନଙ୍କୁ କ୍ରିପ୍ଟୋ କରେନ୍ସି ଖେଳିବାକୁ ଉସକାଉଥିଲେ। ଲୋଭର ବଶବର୍ତ୍ତୀ ହୋଇ ସେମାନେ ଗୋଟିଏ ପରେ ଗୋଟିଏ ଟାସ୍କ ଖେଳି ଚାଲିଲେ। ପ୍ରତି ଟାସ୍କ ପିଛା ୩୦% ଟଙ୍କା ମିଳିବ ବୋଲି ମିଳୁଥିଲା ଅଫର। ସେଥିପାଇଁ ପ୍ରଥମେ ଟଙ୍କା ଡିପୋଜିଟ କରୁଥିଲେ ଉଭୟ ଯୁବକ। ଏମିତି କରି ଉଭୟଙ୍କଠାରୁ ସାଇବର ଲୁଟେରା ୪୩ ଲକ୍ଷ ଟଙ୍କା ଠକି ନେଇଥିବା କୁହାଯାଉଛି। ଏନେଇ ଉଭୟ ଯୁବକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସାଇବର ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button