କଟକରେ ନକଲି ଔଷଧ

କଟକ : ରୂପାର ସହର କଟକରେ କଳଙ୍କି ଲାଗିଛି । ନକଲି ଜିନିଷର ହବ୍‌ ପାଲିଟଛି କଟକ ସହର । ପୁଣି କଟକରୁ ନକଲି ମେଡିସିନ୍‌ ଜବତ ହୋଇଛି । ପୁରୀଘାଟ ଥାନା ଟାଉନ ହଲ୍‌ ରୋଡ୍‌ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ନକଲି ମେଡିସିନ ପୋଲିସ୍‌ ଜବତ କରିଛି । ଏହି ଘଟଣାରେ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଶ୍ରୀ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍‌  ବିକ୍ରି କରୁଥିବା ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା । ଗତକାଲି ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୁଲିସ ମିଳିତ ଭାବେ ଚଢାଉ କରିଥିଲେ । ଚଢାଉ ବେଳେ ୨ ଲକ୍ଷ ଟଙ୍କାର ଏହି ନକଲି ମେଡିସିନ୍‌ ଜବତ କରାଯାଇଥିଲା । ପେଟ ରୋଗ ପାଇଁ ଉଦ୍ଦିଷ୍ଟ ଏହି ମେଡିସିନ ରାଜ୍ୟ ବାହାରୁ ଆଣି ବିକ୍ରି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନାଯୋଗ୍ୟ, କିଛି ଦିନ କଟକ ଓ ଭୁବନେଶ୍ୱରରୁ ନକଲି ମେଡିସିନ୍‌? ଜବତ କରାଯାଇଥିଲା । ଏହି ଘଟଣାରେ ଡିଷ୍ଟ୍ରିବ୍ୟୁଟର ମାନଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା । ଡିଷ୍ଟ୍ରିବ୍ୟୁଟର ମାନେ ବେଙ୍ଗାଲୁରୁ ଓ ଗୟାରୁ ନକଲି ମେଡିସିନ୍‌ ଆଣି ଥିଲେ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଏତଲାରେ ଦର୍ଶାଯାଇଥିଲା । ଏଭଳି ନକଲି ମେଡିସିନ ବିକ୍ରି ଯୋଗୁଁ ସ୍ୱାସ୍ଥ୍ର୍ୟାସେବାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ।

Related Articles

Leave a Reply

Your email address will not be published.

Back to top button