ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ବୁଧବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଷଦର ସମ୍ମିଳନୀ କକ୍ଷରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଏହାକୁ ଚେୟାରମ୍ୟାନ ଅଶ୍ୱିନୀ କୁମାର ମିଶ୍ର, ଆଇ. ଏ. ଏସ. ଉଦଘାଟନ କରିଥିଲେ l ଏହି ଶିବିରରେ ସେକ୍ରେଟାରୀ ଶ୍ରୀମତୀ ଶୁଭ୍ରବାଳା ବେହେରା, ପରୀକ୍ଷା ନିରୀକ୍ଷକ ଡଃ ପ୍ରଶାନ୍ତ କୁମାର ପରିଡା, ଉପପରୀକ୍ଷା ନିରୀକ୍ଷକ ଡଃ ଯାମିନୀ ରଞ୍ଜନ ମହାନ୍ତି, ସହାୟକ ପରୀକ୍ଷା ନିରୀକ୍ଷକ ବିଜୟ ବେହେରା, ପ୍ରଶାନ୍ତ ନାୟକ, ଜୟ ହାନେଗା, ରଶ୍ମିରେଖା ଅମାନ୍ତ ପ୍ରଭୃତି ଉପସ୍ଥିତ ରହିଥିଲେ l ଏଥିରେ ୩୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ସଂଯୋଜକ ଡଃ ବିଶ୍ୱ ମୋହନ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କ୍ୟାପିଟାଲ ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କ ଅଫିସର ଡଃ ଦେବାଶିଷ ମିଶ୍ର ଏବଂ ତାଙ୍କର ସହଯୋଗୀ କର୍ମୀଙ୍କ ସହାୟତାରେ ରକ୍ତ ସଂଗ୍ରହ କରାଯାଇଥିଲା l ଏଚଡିଏଫସି ବ୍ୟାଙ୍କ ତରଫରୁ ରବୀନ୍ଦ୍ର ବେହେରା ଏବଂ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ପ୍ରତାପ ବିଶ୍ୱାଳ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ l ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Related Articles

Leave a Reply

Your email address will not be published.

Back to top button