ଓଡିଶା ଆସିବେ ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧୀ, ସୂଚନା ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଏହି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ସେ କହିଛନ୍ତି ଯେ, ଉଭୟ ଅକ୍ଟୋବର ମାସ ଶେଷ ସପ୍ତାହ ବେଳକୁ ଆସିବେ। ତେବେ ଏ ନେଇ ତାରିଖ ଚୁଡାନ୍ତ ହୋଇ ନାହିଁ। ପିସିସି ସଭାପତିଙ୍କ ସହିତ ଆଲୋଚନା ପରେ ତାରିଖ ଚୁଡାନ୍ତ ହେବ ବୋଲି ସେ କହିଛନ୍ତି। ବିଧାୟକ ପାଣିଗ୍ରାହୀଙ୍କ କହିବା ଅନୁସାରେ ଓଡିଶାର ପାଞ୍ଚଜଣ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରି ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ। ସେଥିରେ ସେ ଓଡିଶାର ସଂଗଠନ ସଂପର୍କରେ ଆଲୋଚନା କରିଥିଲେ। ସେ ଓଡିଶାର ତିନୋଟି ଜୋନ କରି ସେଠାରେ ସଭା କରିବା ପାଇଁ କହିଛନ୍ତି। ସେହି ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ଗସ୍ତ ଚୁଡାନ୍ତ ହେବ।

Related Articles

Leave a Reply

Your email address will not be published.

Back to top button