ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୪ଟି ଷ୍ଟ୍ରିମ୍ ଯଥା +୨ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ବୁଧବାର ଏକ ସମୟରେ ପ୍ରକାଶ ପାଇଛି। ଚଳିତବର୍ଷ ସମୁଦାୟ ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥିରେ ଛାତ୍ରଙ୍କ ପାସ୍ ହାର ୭୭.୮୮ ପ୍ରତିଶତ ଥିବାବେଳେ ୮୭.୨୪ ପ୍ରତିଶତରେ ଛାତ୍ରୀ ଆଗୁଆ ରହିଛନ୍ତି। ସେହିପରି ବିଜ୍ଞାନରେ ପାସ୍ ହାର ୮୭.୪୯ ପ୍ରତିଶତ, କଳାରେ ପାସ୍ ହାର ୮୦.୫୧ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୩.୨ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ରହିଛି। ଚଳିତବର୍ଷ ଯେତେ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ସେମାନଙ୍କ ମଧ୍ୟରୁ ୯୦% ପରୀକ୍ଷାର୍ଥୀ ୪୫%ରୁ ଅଧିକ ମାର୍କ ହାସଲ କରିଛନ୍ତି। ତେବେ ଜିଲ୍ଲା ୱାରୀ ସର୍ବାଧିକ ଏବଂ ସର୍ବନିମ୍ନ ତାଲିକାରେ ବିଜ୍ଞାନରେ ନୟାଗଡ଼ ଜିଲ୍ଲାର ପାସ୍ ହାର ସର୍ବାଧିକ ୯୭.୫୮% ରହିଥିବା ବେଳେ ବୌଦ୍ଧରେ ପାସ୍‌ହାର ସର୍ବନିମ୍ନ ୭୧.୮୫% ରହିଛି। ସେହିପରି କଳାରେ ବରଗଡ଼ ଜିଲ୍ଲାର ପାସ୍ ହାର ସର୍ବାଧିକ ୮୭.୬୦% ରହିଥିବା ବେଳେ ନବରଙ୍ଗପୁର ପାସ୍‌ହାର ସର୍ବନିମ୍ନ ୬୮.୧୩% ରହିଛି। ବାଣିଜ୍ୟରେ ନୟାଗଡ଼ ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୯୩.୭୧% ରହିଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ୬୯.୧୯ % ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ୱରରେ ପାସ୍‌ହାର ସର୍ବାଧିକ ୮୩.୮୩% ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ରେଜଲ୍ଟ ଶୁନ୍ ରହିଛି। ଚଳିତବର୍ଷ ବିଜ୍ଞାନରେ ମୋଟ ୧୧୩୯୬୮ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯୭୨୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ରେଗୁଲାର୍ ବର୍ଗରେ ୯୨୫୮୮ଏବଂ ଏକ୍ସ-ରେଗୁଲାର୍ ବର୍ଗରେ ୭୧୩୬ ପିଲା ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଚଳିତବର୍ଷ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ୮୬.୪୯% ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୮୫୭% ରହିଛି। ସେହିଭଳି ବିଜ୍ଞାନ ବିଭାଗରେ ୯୦%ରୁ ଅଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୯୦୬ ରହିଛି। କମ୍ପାର୍ଟମେଣ୍ଟାଲ୍‌ରେ ୩୩୯୮ଜଣ ପାସ୍ କରିଛନ୍ତି। ରାଜ୍ୟରେ ୧୧୫ଟି ଜୁନିୟର୍ କଲେଜର ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ଏବଂ ୪ ଜୁନିୟର କଲେଜରେ ରେଜଲ୍ଟ ଶୂନ୍ ରହିଛି। ସେହିପରି ପ୍ରଥମ ଶ୍ରେଣୀରେ ୫୪୯୨୪, ଦ୍ୱିତୀୟ ଶ୍ରେଣୀରେ ୨୬୪୨୨ ଏବଂ ତୃତୀୟ ଶ୍ରେଣୀରେ ୧୪୯୫୫ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। କମ୍ପାର୍ଟମେଣ୍ଟାଲ୍‌ରେ ୩୩୯୮ଜଣ ପାସ୍ କରିଛନ୍ତି। କଳାରେ ମୋଟ ୨୪୩୬୫୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୬୧୭୧ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ରେଗୁଲାର୍ ବର୍ଗରେ ୧୮୪୬୮୨ ଏବଂ ଏକ୍ସ-ରେଗୁଲାର୍ ବର୍ଗରେ ୧୦୪୯୩ ପିଲା ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଚଳିତବର୍ଷ ଛାତ୍ରୀଙ୍କ ପାସ୍ ହାର ମଧ୍ୟ ଅଧିକ ରହିଛି। ୭୨.୬୪% ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୬.୮୦% ରହିଛି। ସେହିଭଳି ୯୦%ରୁ ଅଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୭୧ ରହିଛି। କମ୍ପାର୍ଟମେଣ୍ଟାଲ୍‌ରେ ୧୦୦ଜଣ ପାସ୍ କରିଛନ୍ତି। ରାଜ୍ୟରେ ୨୦ଟି ଜୁନିୟର୍ କଲେଜର ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ଏବଂ ଗୋଟିଏ କଲେଜରେ କେହି ପାସ୍ କରିନାହାନ୍ତି। ସେହିପରି ପ୍ରଥମ ଶ୍ରେଣୀରେ ୪୦୦୩୭, ଦ୍ୱିତୀୟ ଶ୍ରେଣୀରେ ୩୬୮୬୬ ଏବଂ ତୃତୀୟ ଶ୍ରେଣୀରେ ୧୧୯୧୬୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବାଣିଜ୍ୟରେ ମୋଟ ୨୫୧୦୮ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୮୯୨ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ରେଗୁଲାର୍ ବର୍ଗରେ ୧୯୩୩୪ ଏବଂ ଏକ୍ସ-ରେଗୁଲାର୍ ବର୍ଗରେ ୧୫୩୩ ପିଲା ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ମଧ୍ୟ ଅଧିକ ରହିଛି। ୮୧.୭୧% ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୫.୭୭% ରହିଛି। ସେହିଭଳି ୯୦%ରୁ ଅଧିକ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୦୪ରହିଛି। କମ୍ପାର୍ଟମେଣ୍ଟାଲ୍‌ରେ ୨୨୧ଜଣ ପାସ୍ କରିଛନ୍ତି। ରାଜ୍ୟରେ ୫୫ ଟି ଜୁନିୟର କଲେଜର ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ୩ଟି ଜୁନିୟର୍ କଲେଜର ରେଜଲ୍ଟ ଶୂନ୍ ରହିଛି। ସେହିପରି ପ୍ରଥମ ଶ୍ରେଣୀରେ ୬୯୩୦, ୨ୟ ଶ୍ରେଣୀରେ ୪୫୨୫ ଏବଂ ତୃତୀୟ ଶ୍ରେଣୀରେ ୯୨୧୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ମୋଟ ୫୫୭୨ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୭୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ରେଗୁଲାର୍ ବର୍ଗରେ ୨୯୨୪ଏବଂ ଏକ୍ସ-ରେଗୁଲାର୍ ବର୍ଗରେ ୪୫୧ ପିଲା ପାସ୍ କରିଛନ୍ତି। ଏଥିରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ମଧ୍ୟ ଅଧିକ ରହିଛି। ୫୫.୭୧% ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୫.୪୫% ରହିଛି। ସେହିଭଳି ୯୦%ରୁ ଅଧିକ ମାର୍କ ମାତ୍ର ଜଣେ ପରୀକ୍ଷାର୍ଥୀ ରଖିଛନ୍ତି। କମ୍ପାର୍ଟମେଣ୍ଟାଲ୍ ବର୍ଗରେ ୧୫୮ଜଣ ପାସ୍ କରିଛନ୍ତି। ରାଜ୍ୟରେ ୧୧ଟି କଲେଜରେ ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ୨ଟି କଲେଜରେ ରେଜଲ୍ଟ ଶୂନ୍ ରହିଛି। ସେହିପରି ପ୍ରଥମ ଶ୍ରେଣୀରେ ୬୭୮, ୨ୟ ଶ୍ରେଣୀରେ ୧୭୫୮ ଏବଂ ତୃତୀୟ ଶ୍ରେଣୀରେ ୭୮୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ ୨ଦିନ ମଧ୍ୟରେ ସାର୍ଟିଫିକେଟ୍ ଏବଂ ମାଇଗ୍ରେସନ୍ ସାର୍ଟିଫିକେଟ୍ ପିଲାଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ପୁନଃ ଯାଞ୍ଚ ଲାଗି ବିଜ୍ଞପ୍ତି ଆସନ୍ତା ୧ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ପରୀକ୍ଷା ଫଳରେ ତଥ୍ୟ ଆଧାରିତ କୌଣସି ତ୍ରୁଟି ଥିଲେ ସମ୍ପୃକ୍ତ ପରୀକ୍ଷାର୍ଥୀ ଉପଯୁକ୍ତ ପ୍ରମାଣପତ୍ର ସହ ଅଭିଯୋଗ କରିପାରିବେ। ସେହିପରି ତତ୍କାଳ (ଇନ୍‌ଷ୍ଟାଣ୍ଟ) ପରୀକ୍ଷା ଜୁନ୍ ଶେଷ ସୁଦ୍ଧା କରାଯିବ। +୨ ପରିଷଦ ପରିସରରେ ଆୟୋଜିତ ଫଳ ପ୍ରକାଶନ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଲିନୀ ପଣ୍ଡିତ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରଘୁରାମ୍ ଆର୍ ଆୟର, ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶୁଭ୍ରାବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାନୁସାରେ, ପରୀକ୍ଷା ଫଳ, ମାର୍କସିଟ୍ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ଦ୍ୱନ୍ଦ୍ୱ ଉପୁଜିଲେ ସହାୟତା ନମ୍ବର ୦୬୭୪-୨୩୦୦୯୦୭ ରେ ଛାତ୍ରଛାତ୍ରୀ ସମ୍ପର୍କ କରିପାରିବେ ବୋଲି +୨ ପରିଷଦ ପକ୍ଷରୁ କୁହାଯାଇଛି। ଜିଲ୍ଲା ୱାରୀ ରେଜଲ୍ଟ(କଳା)ରେ ବାଲେଶ୍ୱର: ୮୩.୨୫ % ରହିଥିବା ବେଳେ ଭଦ୍ରକ: ୮୧.୭୮, ବଲାଙ୍ଗୀର: ୭୮.୪୪, ସୁବର୍ଣ୍ଣପୁର: ୮୪.୪୫, କଟକ: ୭୭.୮୨, ଜଗତସିଂହପୁର: ୭୪.୫୯, ଯାଜପୁର: ୭୫.୦୮, କେନ୍ଦ୍ରାପଡ଼ା: ୭୯.୧୪, ଅନୁଗୁଳ: ୭୯.୧୩, ଢ଼େଙ୍କାନାଳ: ୭୯.୧୫, ଗଞ୍ଜାମ: ୮୨.୧୮, ଗଜପତି: ୭୫.୧୩, କଳାହାଣ୍ଡି: ୭୮.୦୭, ନବରଙ୍ଗପୁର: ୮୦.୭୨, କେନ୍ଦୁଝର: ୭୭.୪୯, କୋରାପୁଟ: ୭୭.୩୩, ମାଲକାନଗିରି: ୭୬.୭୨, ନବରଙ୍ଗପୁର: ୬୮.୧୩, ରାୟଗଡ଼ା: ୭୬.୪୫, ମୟୁରଭଞ୍ଜ: ୮୩.୮୨, ବୌଦ୍ଧ: ୮୧.୭୫, କନ୍ଧମାଳ: ୭୯.୯୬, ଖୋର୍ଦ୍ଧା: ୮୫.୦୪, ନୟାଗଡ଼:୮୩.୭୭, ପୁରୀ:୮୩.୦୫, ବରଗଡ଼: ୮୭.୬୦, ଦେବଗଡ଼: ୮୫.୦୯, ଝାରସୁଗୁଡ଼ା: ୮୩.୦୦, ସମ୍ବଲପୁର: ୮୪.୯୩ ଓ ସୁନ୍ଦରଗଡ଼ରେ ୮୧.୦୧ପ୍ରତିଶତ ରହିଛି। ଜିଲ୍ଲା ୱାରୀ ରେଜଲ୍ଟ(ବିଜ୍ଞାନ)ରେ ବାଲେଶ୍ୱର:୯୫.୫୮ % ରହିଥିବା ବେଳେ ଭଦ୍ରକ: ୯୨.୭୦, ବଲାଙ୍ଗୀର:୮୨.୨୩, ସୁବର୍ଣ୍ଣପୁର: ୭୬.୬୬, କଟକ:୯୩.୨୩, ଜଗତସିଂହପୁର: ୮୫.୮୭, ଯାଜପୁର: ୮୯.୭୭, କେନ୍ଦ୍ରାପଡ଼ା : ୮୭.୯୬, ଅନୁଗୁଳ: ୮୬.୨୧, ଢ଼େଙ୍କାନାଳ: ୯୫.୦୩, ଗଞ୍ଜାମ: ୮୮.୭୦, ଗଜପତି: ୭୪.୧୮, କଳାହାଣ୍ଡି: ୮୦.୮୬, ନବରଙ୍ଗପୁର: ୭୭.୫୫, କେନ୍ଦୁଝର: ୭୯.୧୮, କୋରାପୁଟ: ୭୩.୩୩, ମାଲକାନଗିରି: ୮୦.୫୧, ନବରଙ୍ଗପୁର: ୯୧.୩୬, ରାୟଗଡ଼ା: ୮୪.୧୧, ମୟୁରଭଞ୍ଜ: ୭୧.୮୫, ବୌଦ୍ଧ: ୭୭.୩୪, କନ୍ଧମାଳ: ୯୨.୯୭, ଖୋର୍ଦ୍ଧା: ୯୭.୫୮, ନୟାଗଡ଼:୯୩.୦୧, ପୁରୀ:୮୦.୩୫, ବରଗଡ଼:୮୮.୦୩, ଦେବଗଡ଼: ୭୭.୩୨, ଝାରସୁଗୁଡ଼ା:୯୧.୯୩, ସମ୍ବଲପୁର: ୭୬.୫୮ ଓ ସୁନ୍ଦରଗଡ଼ରେ ୮୭.୫୦ପ୍ରତିଶତ ରହିଛି। ଜିଲ୍ଲା ୱାରୀ ରେଜଲ୍ଟ(ବାଣିଜ୍ୟ)ରେ ବାଲେଶ୍ୱର: ୮୪.୧୫ % ରହିଥିବା ବେଳେ ଭଦ୍ରକ: ୮୫.୪୪, ବଲାଙ୍ଗୀର:୬୯.୧୯, ସୁବର୍ଣ୍ଣପୁର: ୭୪.୧୦, କଟକ: ୯୧.୧୨, ଜଗତସିଂହପୁର: ୮୯.୬୮, ଯାଜପୁର: ୮୭.୨୫, କେନ୍ଦ୍ରାପଡ଼ା: ୮୮.୭୩, ଅନୁଗୁଳ: ୭୧.୬୩, ଢ଼େଙ୍କାନାଳ: ୮୫.୧୮, ଗଞ୍ଜାମ: ୮୬.୪୩, ଗଜପତି: ୮୪.୨୮, କଳାହାଣ୍ଡି: ୭୩.୨୭, ନବରଙ୍ଗପୁର: ୭୬.୫୫, କେନ୍ଦୁଝର: ୭୭.୨୬, କୋରାପୁଟ: ୭୮.୧୧, ମାଲକାନଗିରି: ୭୪.୪୮, ନବରଙ୍ଗପୁର: ୭୬.୯୪, ରାୟଗଡ଼ା: ୭୪.୩୬, ମୟୁରଭଞ୍ଜ: ୭୪.୯୭, ବୌଦ୍ଧ: ୮୬.୬୬, କନ୍ଧମାଳ: ୮୫.୦୯, ଖୋର୍ଦ୍ଧା: ୯୦.୮୮, ନୟାଗଡ଼: ୯୩.୭୧, ପୁରୀ: ୮୭.୩୮, ବରଗଡ଼: ୭୨.୪୦, ଦେବଗଡ଼: ୮୭.୮୭, ଝାରସୁଗୁଡ଼ା: ୮୪.୯୫, ସମ୍ବଲପୁର: ୮୪.୧୦ ଓ ସୁନ୍ଦରଗଡ଼ରେ ୮୩.୧୩ ପ୍ରତିଶତ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button