ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ: ପାସ ହାର ବିଜ୍ଞାନରେ ୮୪.୯୩%, ବାଣିଜ୍ୟରେ ୮୧.୧୨%

ଭୁବନେଶ୍ୱର: ସବୁ ଅପେକ୍ଷାର ଅନ୍ତଃ ଘଟିଛି । ଉତ୍କଣ୍ଠାର ହେଲା ଅବସାନ ।  ପ୍ରକାଶ ପାଇଛି ଯୁକ୍ତ ୨ ପରୀକ୍ଷା ଫଳ ।  ସିଏଚଏସଇ କାର୍ଯ୍ୟାଳୟରେ ବିଧିବଦ୍ଧଭାବେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଫଳ ସମ୍ପର୍କରେ  ମନ୍ତ୍ରୀ ଶ୍ରୀ ମାରାଣ୍ଡି ଘୋଷଣା କରିଛନ୍ତି ।  ତେବେ ବିଜ୍ଞାନରେ ପାସ ହାର ୮୪.୯୩% ଥିବାବେଳେ ବାଣିଜ୍ୟରେ ପାସହାର ୮୧.୧୨ ପ୍ରତିଶତ ରହିଛି । ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ  www. orissaresults.nic.in  ୱେବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।ବିଜ୍ଞାନରେ ମୋଟ ୭୮,୯୩୮ଜଣ ପାସ କରିଛନ୍ତି । ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯, ୫୭୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି  ଦ୍ୱିତୀୟ ଶ୍ରେଣୀରେ ୨୪, ୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ବାଣିଜ୍ୟରେ  ମୋଟ ୧୯, ୫୩୬ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ତନ୍ମଧ୍ୟରୁ  ପ୍ରଥମ ଶ୍ରେଣୀରେ ୭,୪୧୦୦ ଜଣ ପରୀକ୍ଷାର୍ଥୀ ଥିବାବେଳେ ଦ୍ୱିତୀୟ ଶ୍ରେଣୀରେ  ୪୫୪୩ ଓ ତୃତୀୟ ଶ୍ରେଣୀରେ ୭୪୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ତେବେ  ବିଜ୍ଞାନରେ ୯୬.୪୧ ପ୍ରତିଶତ ସହ ନୟାଗଡ଼ ଜିଲ୍ଲା ଆଗରେ ଥିବାବେଳେ ୬୧.୫୫ ପ୍ରତିଶତ ରେଜଲ୍ଟ ସହ ଗଜପତି ସର୍ବନିମ୍ନରେ ରହିଛି । ଅନ୍ୟପକ୍ଷରେ ବାଣିଜ୍ୟରେ ବି ୯୩.୯ ପ୍ରତିଶତ ରେଜଲ୍ଟ ସହ ନୟାଗଡ଼ ଜିଲ୍ଲା ଆଗରେ ରହିଥିବାବେଳେ  ୫୫.୫୫ ପ୍ରତିଶତ ରେଜଲ୍ଟ ସହ ସର୍ବନିମ୍ନରେ ବୌଦ୍ଧ ଜିଲ୍ଲା ରହିଛି ।ସୂଚନାଯୋଗ୍ୟ, ରାଜ୍ୟର ୧୧୪୫ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥିରୁ ବିଜ୍ଞାନରେ ମୋଟ ୯୧ ହଜାର ୩୭୯ଜଣ ଏବଂ ବାଣିଜ୍ୟରେ ୨୩ହଜାର ୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି କଳାରେ ୨ଲକ୍ଷ ୨୯ହଜାର ୧୧୦ଜଣ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୬୫ଟି ଅଫଲାଇନ୍‌ କେନ୍ଦ୍ର ଏବଂ ୩୯ଟି ଅନ୍‌ଲାଇନ୍‌ କେନ୍ଦ୍ରରେ ଖାତା ଦେଖା ହୋଇଛି । ଆସନ୍ତା ଜୁନ୍‌ ୮ରେ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ସୂଚନା ରହିଛି ।

Related Articles

Leave a Reply

Your email address will not be published.

Back to top button