“ମୋ ପରିବାର”ତରଫରୁ ମା’ଉତ୍ତରାୟଣୀ ପରିସରରେ ସଫେଇ

ଭୁବନେଶ୍ବର: ବୁଧବାର ରାମଚନ୍ଦ୍ରପୁର ସ୍ଥିତ ମା’ଉତ୍ତରାୟଣୀ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l ଦଶହରା ଦିନ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା l ଗାଡିପୂଜାରେ ବ୍ୟବହାର ପୁରୁଣା ସାଲୁ ଓ ଚୁଡ଼ି,ଦୀପ,ପାଣି ବୋତଲ, ପଲିଥିନ ମନ୍ଦିର ପରିସରରେ ଅଳିଆ ଆବର୍ଜନା ପଡିଥିବାର ଦେଖିବାକୁ ମିଳିଥିଲା l

ଜଟଣୀରେ ନୂଆ କରି ଆରମ୍ଭ ହୋଇଥିବା “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ମା’ଉତ୍ତରାୟଣୀ ମନ୍ଦିର ପରିସରରେ ଅଳିଆ ଆବର୍ଜନାକୁ ପରିଷ୍କାର କରିବାକୁ ଚିନ୍ତା କରି ସଫେଇ କାର୍ଯ୍ୟକ୍ରମ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ “ମୋ ପରିବାର”ର ସଦସ୍ୟ ଭାରତ ମୋହନ ଦାଶ ଏବଂ ଚିତ୍ତ ରଞ୍ଜନ ବାରିକ ସହଯୋଗ କରିଥିଲେ l ସମାଜରେ ପ୍ରତି ଉତ୍ସବ ହେଉ ବା ଯେ କୌଣସି କାର୍ଯ୍ୟକ୍ରମ ପରେ ଅଳିଆ ଆବର୍ଜନା ହୋଇଥାଏ ଉକ୍ତ ସ୍ଥାନକୁ ପରିଷ୍କାର ହେବାରେ ସମସ୍ୟା ଦେଖିବାକୁ ମିଳିଥାଏ l ଏହି ସଫେଇ କାର୍ଯ୍ୟକ୍ରମକୁ ଦେଖି ଉପସ୍ଥିତ ଭକ୍ତ,ସ୍ଥାନୀୟ ଲୋକ ଏବଂ ବୁଦ୍ଧି ଯିବିମାନେ ଉଚ୍ଚପ୍ରସଂଶା କରିଥିଲେ l

Related Articles

Leave a Reply

Your email address will not be published.

Back to top button