ଚିଲିକାର ନଳବଣରେ ଲାଗିଛି ନିଆଁ

ଭୁବନେଶ୍ବର: ଚିଲିକାର ନଳ ବଣରେ ଲାଗିଛି ନିଆଁ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କାଳୁପଡ଼ା ଘାଟ ଜେଟି ନିକଟରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁର ତୀବ୍ରତା ଏତେ ଅଧିକ ହୋଇଛି ଯେ କୂଳକୁ ନାଉରିଆ ଡଙ୍ଗା ନେଇ ଆସିବାରେ ମଧ୍ୟ ଅସୁବିଧା ହେଉଛି । ଚିଲିକାରେ ଥିବା ନଳ ଘାସ ସବୁ ଖରା ଦିନେ ଶୁଖିଯାଇଥିବାରୁ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଏକର ଏକର ଅଞ୍ଚଳକୁ ବ୍ୟାପୁଛି ନିଆଁ । ନିଆଁ ବ୍ୟାପିବା ଫଳରେ ଚିଲିକାର ନଳ ଘାସ ଜଙ୍ଗଲରେ ରହୁଥିବା ବିରଳ ପ୍ରଜାତିର ପ୍ରାଣୀ ଫିସିଙ୍ଗ୍ କ୍ୟାଟ ପ୍ରତି ଦେଖା ଦେଇଛି ବିପଦ । ଏ ପର୍ଯ୍ୟନ୍ତ ଚିଲିକା ଡେଭଲପମେଣ୍ଟ ଅଥୋରିଟିର କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ନିଆଁ ଲିଭାଇବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ । ତେଣୁ ଚିଲିକାରେ ଥିବା ବିରଳ ପ୍ରାଣୀ ଫିସିଙ୍ଗ କ୍ୟାଟ୍ ଜୀବନ ପ୍ରତି ବିପଦ ଦେଖା ଦେଇଛି ।

Related Articles

Leave a Reply

Your email address will not be published.

Back to top button