ମୁଖ୍ୟ ଶାସନ ସଚିବଙ୍କ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା

ଭୁବନେଶ୍ବର: କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଏମସି କମିସନର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ସେ ତାଳଦଣ୍ଡା କେନାଲ, ଉଭୟ ପାର୍ଶ୍ବର ରାସ୍ତା, ମାଛ ମାର୍କେଟ ସ୍ଥାନାନ୍ତର ଓ ଦୁଇଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ ଗ୍ରୀଡ ସଂପର୍କରେ ନିଜେ ଫିଲଡ୍ ଭିଜିଟ୍ କରି ଆଲୋଚନା କରିଥିଲେ। କଟକ ସହରରେ ଏବେ ଚାଲିଛି ଏକାଧିକ ଉନ୍ନୟନ ମୂଳକ କାମ। ଏହାର ସମୀକ୍ଷା ପାଇଁ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କଟକ ଆସି ପ୍ରଥମେ ସିଡିଏ ଅଧ୍ୟକ୍ଷ, ଜିଲ୍ଲାପାଳ, ସିଏମସି କମିସନର ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ରେ ଏକ ଘଣ୍ଟା ର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ନିଜେ ଫିଲଡ୍ ଭିଜିଟ୍ କରି ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାମ କିପରି ଆଗେଇଛି ଓ କେନାଲ ର ଦୁଇ ପାର୍ଶ୍ଵରେ ଥିବା ରାସ୍ତା ଦେଖିଥିଲେ। ଏଥି ସହିତ ଏ ଅଞ୍ଚଳରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ଦୁଇଟି ବିଦ୍ୟୁତ ଗ୍ରୀଡର ସ୍ଥାନ ଓ ମାଛ ମାର୍କେଟ ସ୍ଥାନାନ୍ତର ପାଇଁ ମଧ୍ୟ ଚିହ୍ନଟ ସ୍ଥାନ ବୁଲି ଦେଖିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଟକକୁ ସୁନ୍ଦର କରି ଗଢି ତୋଳି ବାକୁ ଯେଉଁ ପରିକଳ୍ପନା କରିଛନ୍ତି, ତାହା ଏହି ସବୁ ପ୍ରକଳ୍ପ ଦ୍ବାରା ସଂପୂର୍ଣ୍ଣ ହେବ। ଏସସିବି କାମ ଯେଉଁ ଭଳି ଚାଲିଛି, କଟକ ଭିତରେ ବକ୍ସ ନାଳ କାମ ମଧ୍ୟ ସେହିଭଳି ଦୃତ ଗତିରେ ହେଉଛି। ଏହି ଭଳି ଅନେକ ନୂଆ ପ୍ରକଳ୍ପ କଟକରୁ କେବଳ ସୁନ୍ଦର କରି ଗଢି ତୋଳିବ ତାହା ନୁହେଁ ବରଂ ଲୋକଙ୍କୁ ମୁକ୍ତ ଭାବେ ଚଳପ୍ରଚଳ ହେବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି କହିଥିଲେ।

Related Articles

Leave a Reply

Your email address will not be published.

Back to top button