ଆନନ୍ଦପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଆନନ୍ଦପୁର  : ଆନନ୍ଦପୁର ଗସ୍ତରେ ମୁଖ୍ୟ ଶାସନ ସଚିବ । ପ୍ରଥମେ ସଚିବଙ୍କୁ ଆନନ୍ଦପୁର ଜଙ୍ଗଲ ବିଭାଗ ଡାକ ବଙ୍ଗଳାରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ, ଡିଏଫଓଙ୍କ ସମେତ ଅନ୍ୟ ଅଧିକାରୀମାନେ ସ୍ୱାଗତ କରିଥିଲେ । ଜାତୀୟ ରାଜପଥ ୨୦ ବେଲବାହାଳି କୁଶେଇ ସେତୁ ପରିଦର୍ଶନ କରିବା ପରେ ଆନନ୍ଦପୁର ଵ୍ୟାରେଜ୍ ପରିଦର୍ଶନ କରିବା ସହିତ ପ୍ରକଳ୍ପର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଜୁନ ମାସ ସୁଦ୍ଧା  ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବ ବୋଲି  କହିଛନ୍ତି ମୁଖ୍ୟଶାସନ ସଚିବ । ଏହାସହ ଆନନ୍ଦପୁର ଠାରେ ୬୦୦ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହେବାକୁ ଯାଉଛି ଉଠା ଜଳସେଚନ ପ୍ରକଳ୍ପ  । ଯାହା ଦ୍ୱାରା ଆନନ୍ଦପୁର ଉପଖଣ୍ଡର ୫୦ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ। କେନାଲ ଜରିଆରେ ଜୁଲାଇ ମାସ ପରେ ୬ହଜାର ହେକ୍ଟରକୁ ଜଳ ଯୋଗାଯିବ। ସମସ୍ତ ପ୍ରକଳ୍ପ ଶେଷ ହେବା ପରେ କେନ୍ଦୁଝର ଜିଲ୍ଲାର ୮୦-୯୦ ହଜାର ହେକ୍ଟର ଜମି ନୂତନ ଭାବେ ଜଳସେଚିତ ହେବ। ଆନନ୍ଦପୁରର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ମୟୂରଭଞ୍ଜର ଦେଓ ପ୍ରକଳ୍ପ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ।

Related Articles

Leave a Reply

Your email address will not be published.

Back to top button