ମୁଖ୍ୟମନ୍ତ୍ରୀଙ୍କ ଘୋଷଣା :କିଶୋର ଜେନାଙ୍କୁ ୨୫ ଲକ୍ଷ ପୁରସ୍କାର

ଭୁବନେଶ୍ଵର: ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଚମତ୍କାରିତା ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ସେ ପ୍ରଥମ ଓଡ଼ିଆ ଭାବେ ୫ମ ସ୍ଥାନ ଅଧିକାର କରିଥିଲେ। କିଶୋର ଜେନାଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଏବଂ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କେବଳ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଅନେକ ଆଥଲେଟିକ୍ସଙ୍କୁ ଆଗାମୀ ବର୍ଷ ପାଇଁ ପ୍ରେରଣା ଯୋଗାଉଛି।
ବୁଡ଼ାପେଷ୍ଟରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଜାଭେଲିନ ଥ୍ରୋରେ ଓଡ଼ିଶାର କିଶୋର କୁମାର ଜେନା ଫାଇନାଲରେ ପ୍ରବେଶ କରି ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଥିଲେ । ନୀରଜ ଚୋପ୍ରା ଓ ଅର୍ଶଦ ନଦୀମଙ୍କ ଭଳି ଆଗ ଧାଡ଼ିର ଜାଭେଲିନ ଥ୍ରୋୟର ଥାଉ ଥାଉ କିଶୋରଙ୍କ ପଦକ ଆଶା କ୍ଷୀଣ ରହିଥିଲା । ମାତ୍ର ସେ ନିଜ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କେବଳ ରାଜ୍ୟ ନୁହେଁ ସାରା ଦେଶବାସୀଙ୍କ ହୃଦୟ ଜିତିପାରିଥିଲେ ।

Related Articles

Leave a Reply

Your email address will not be published.

Back to top button