ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତ କରି ରୋଡ୍ ସୋ’ କରିବେ ବୋଲି ଜଣାପଡିଛି । ଏକ ବାଇକ ରାଲି ମଧ୍ୟ ବିଜେଡି ଆୟୋଜନ କରୁଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ତୁଙ୍ଗ ନେତାମାନେ ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି ।୨୦୧୯ ନିର୍ବାଚନ ବେଳେ ସାରାଓଡି଼ଶାରେ ବୁଲି ବୁଲି ଏହିଭଳି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରୁଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ପାଇଁ ଏହିଭଳି ସ୍ୱତନ୍ତ୍ର ବସ୍ଆୟୋଜନ କରାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନ ଆଉ କୌଣସି ରୋଡ୍ ସୋ’ କରିନାହାନ୍ତି । ଉପନିର୍ବାଚନ ଗୁଡିକରେ କେବଳ ପ୍ରଚାର ସଭା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରୀ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ତିନିଟି ବ୍ଲକରେ ସଭା କରି ୧୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇ ସପ୍ତାହ ପରେ ପୁଣିଥରେ ବରଗଡ ଯାଉଥିବାରୁ, ପଶ୍ଚିମ ଓଡିଶାକୁ ବିଜେଡି ଫୋକସ କରୁଥିବା ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published.

Back to top button