ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ ନଗଦ ୩୦ ହଜାର ଟଙ୍କା ଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ୍‌ ଏବଂ ଫିକ୍ସ ଆକାରରେ ଟଙ୍କା ରହିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କର ୫୭ କୋଟି ଟଙ୍କା ମୂଲ୍ୟର ସ୍ଥାବର ଏବଂ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଏସ୍‌ବିଆଇ ବ୍ରାଞ୍ଚରେ ୩୦ ଲକ୍ଷ ଟଙ୍କାର ଡିପୋଜିଟ୍‌ ରଖିଛନ୍ତି। ସମାନ ଭାବରେ ହିଞ୍ଜିଳିରେ ବି ୩୦ ଲକ୍ଷ ଡିପୋଜିଟ୍‌ ରଖିଛନ୍ତି। କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ନୂଆ ବ୍ୟାଙ୍କ ଆକାଉଣ୍ଟରେ ଯେଉଁ ଟଙ୍କା ରହିଛି ସେ କେବଳ ନିର୍ବାଚନୀ ଖର୍ଚ୍ଚ ପାଇଁ ବୋଲି ସତ୍ୟାପାଠରେ ଉଲ୍ଲେଖ ରହିଛି। ନବୀନ ନିବାସ ସ୍ଥିତ ଘର ଓ ଜମିର ମୂଲ୍ୟ ୧୩ କୋଟି ୬୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଥିବା ବେଳେ ନୂଆଦିଲ୍ଲୀ ଅବଦୁଲ କଲାମ ରୋଡ ସ୍ଥିତ ଘର ଦାମ ୪୩ କୋଟି ୩୬ ଲକ୍ଷ ଟଙ୍କା ହେବ ବୋଲି ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ ରହିଛି।

Related Articles

Leave a Reply

Your email address will not be published.

Back to top button