ବିଜେପିର ସକ୍ରୀୟ ସଦସ୍ୟତା କର୍ମଶାଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ସକ୍ରୀୟ ସଦସ୍ୟତା କର୍ମଶାଳା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ଉପ ସଭାପତି ବିରଞ୍ଚି ନାରାୟଣ ତ୍ରୀପାଠୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ, ବରିଷ୍ଠ ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ସଦସ୍ୟତା ଟୋଲିର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ମଞ୍ଚାସୀନ ଥିଲେ। ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଆଲୋକ ସେଠୀ, ଘଷିପୁରା ବିଧାନସଭା ପ୍ରାର୍ଥୀ ଶମ୍ଭୁନାଥ ରାଉତ, ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, ସଦସ୍ୟତା ସହଯୋଗୀ, ଜିଲ୍ଲା ପଦାଧିକାରୀ , ରାଜ୍ୟ ନେତୃତ୍ଵ ଏବଂ ମୋର୍ଚ୍ଚା ସଭାପତି ମାନେ ଉପସ୍ଥିତ ଥିଲେ। ସଦସ୍ୟତାରେ କେନ୍ଦୁଝର ଜିଲ୍ଲା ବିଜେପି ଏଯାବତ୍ ରାଜ୍ୟରେ ପ୍ରଥମ ସ୍ଥାନରେ ରହି ୨,୦୦,୦୦୦ ରୁ ଉର୍ଦ୍ଧ୍ବ ସଦସ୍ୟଙ୍କୁ ଯୋଡ଼ିବାରେ ସଫଳ ହୋଇ ପାରିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇବା ସହିତ ସାଂଗଠନିକ ଆଲୋଚନା ରଖିଥିଲେ। ସାଂସଦ ଅନନ୍ତ ନାୟକ ସଦସ୍ୟତା ଅଭିଯାନକୁ ଆହୁରି ଆଗକୁ ନେଇ ବିଜେପିକୁ ସର୍ବବ୍ୟାପୀ ସର୍ବସ୍ପର୍ଷି କରିବା ଦିଗରେ କଥା ରଖିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ କେନ୍ଦୁଝର ବିଜେପି କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହ ବଢ଼ିଛି।

Related Articles

Leave a Reply

Your email address will not be published.

Back to top button