ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି।  ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ଦିନ ସାଢ଼େ ୧୧ ଟା ସୁଦ୍ଧା ରାଜ୍ୟର କିିଛି ସହରର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି। ସାଢେ ୧୧ସୁଦ୍ଧା ଚାନ୍ଦବାଲି ୩୬.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର  ରହିଥିବା ବେଳେ ଭୁବନେଶ୍ବର ଏବଂ କେନ୍ଦୁଝର ତାପମାତ୍ରା ୩୬ ଡିଗ୍ରୀ ,ଝାରସୁଗୁଡ଼ା ୩୫.୪ ଓ ସମ୍ବଲପୁର ୩୫.୨ ଡିଗ୍ରୀ ,ହୀରାକୁଦ ୩୪.୬ ଓ ବାଲେଶ୍ବର ୩୪.୨ ଡିଗ୍ରୀ , ରାଉରକେଲା ୩୩.୪ ଡିଗ୍ରୀ,ପୁରୀ ୩୨.୪ଡିଗ୍ରୀ, ପାରାଦୀପ: ୩୧.୪ ଡିଗ୍ରୀ, ଗୋପାଳପୁର ୩୦.୮ ଡିଗ୍ରୀ ତାପମାତ୍ରା ରହିଛି। ସେପଟେ ତାପମାତ୍ରା ବୃଦ୍ଧି ଓ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜୁପୁର ଆଦି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

Related Articles

Leave a Reply

Your email address will not be published.

Back to top button