ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପୂର୍ତ୍ତି ସମାରୋହ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ, ଓଡିଶା ସାହିତ୍ୟ ଏକାଡେମୀ ଏବଂ ଗଙ୍ଗାଧର ମେହେର ପ୍ରତିଷ୍ଠାନ, ଭୁବନେଶ୍ଵର ସହଯୋଗରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ମହାବିଶ୍ରାମର ଶତବାର୍ଷିକୀ ପୂର୍ତ୍ତି ସମାରୋହ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଗଙ୍ଗାଧର ମେହେର ସ୍ମୃତି କମିଟିର ଅଧ୍ୟକ୍ଷ ସଞ୍ଜିବ ଚନ୍ଦ୍ର ହୋତା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ ଯୋଗଦେଇ ଗଙ୍ଗାଧର ସାହିତ୍ୟକୁ ଇଂରାଜୀରେ ଅନୁବାଦ କଲେ ଏହା ବିଶ୍ଵବ୍ୟାପି ହୋଇ ପାରିବ ବୋଲି କହିଥିଲେ । ସମାରୋହରେ ସ୍ଵର୍ଗତ ଦେବେନ୍ଦ୍ର କୁମାର ଦାଶଙ୍କୁ ମରଣୋତ୍ତର ଭାବେ ଗଙ୍ଗାଧର ମେହେର ସମ୍ମାନ, ରାମକୃଷ୍ଣ ମେହେରଙ୍କୁ ଗଙ୍ଗାଧର ମେହେର ବାନ୍ଧକଳା ଗୌରବ ସମ୍ମାନ ଓ ଗଙ୍ଗାଧର ତ୍ରିପାଠୀଙ୍କୁ ଗଙ୍ଗାଧର ମେହେର ପ୍ରକାଶକ ଗୌରବ ସମ୍ମାନ ଅତିଥିମାନେ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବଭାବ କବିଙ୍କ ଉତ୍କଳ ଲକ୍ଷ୍ମୀ ବିଷୟରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ କାବ୍ୟାଂଶ ଆଧାରିତ ନୃତ୍ୟନାଟିକା ପରିବେଷଣ କରିଥିଲେ ନୃତ୍ୟାଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ।

Related Articles

Leave a Reply

Your email address will not be published. Required fields are marked *

Back to top button