ସିବିଏସଇ ଦ୍ୱାଦଶ ରେଜଲ୍ଟ: ବାଜି ମାରିଲେ ଝିଅ

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ ।  ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ତେବେ ମୋଟ ପାସହାର ୮୭.୩୩ ପ୍ରତିଶତ ରହିଛି । ଯାହା ଗତ ବର୍ଷ ଅପେକ୍ଷା ଏହା କମ ବୋଲି ଜଣାଯାଇଛି । ଗତବର୍ଷ ମୋଟ ପାସହାର ୯୨.୭୧ ପ୍ରତିଶତ ରହିଥିଲା ।  ତେବେ ୯୯.୯୧ ପ୍ରତିଶତ ପାସହାର ସହ ଥିରୁବନନ୍ତପୁରମ ରିଜିଅନ ଶୀର୍ଷରେ ଥିବା ଜଣାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପରୀକ୍ଷାରେ ଝିଅମାନେ ବାଜି ମାରିନେଇଛନ୍ତି । କାରଣ ଝିଅମାନଙ୍କ ପାସହାର ପୁଅମାନଙ୍କ ଅପେକ୍ଷା ୬ ପ୍ରତିଶତ ଅଧିକ । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ହୋଇଥିବାବେଳେ ପୁଅଙ୍କ ପାସହାର ୮୪.୬୭ ପ୍ରତିଶତ ବୋଲି ଜଣାଯାଇଛି ।  ଛାତ୍ରଛାତ୍ରୀମାନେ www.cbse.nic.in, www.cbseresult.nic.in ଏବଂ www.digilocker.gov.in ରେ ଲଗ୍‌ଇନ୍‌ କରି ରେଜଲ୍ଟ ଦେଖିପାରିବେ । ଛାତ୍ରଛାତ୍ରୀମାନେ ରୋଲ୍‌ ନମ୍ବର, ସ୍କୁଲ୍‌ ନମ୍ବର, ଜନ୍ମ ତାରିଖକୁ ବ୍ୟବହାର କରି ରେଜଲ୍ଟ ଦେଖିପାରିବେ । ଏହି ୱେବ୍‌ସାଇଟ୍‌ମାନଙ୍କରୁ ମାର୍କସିଟ୍‌ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ । ଚଳିତବର୍ଷ ଦେଶରେ ୩୮ଲକ୍ଷ୮୩ହଜାର ୭୧୦ଜଣ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେଇଛନ୍ତି । ସାରା ଦେଶ ଏବଂ ବିଦେଶରେ ସିବିଏସ୍‌ଇ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟଗୁଡ଼ିକରେ ଫେବ୍ରୁଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button