ଘାଟିରୁ ଖସିଲା କାର୍‌, ୩ ମୃତ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଯୋଡିମାଦେଲି ଘାଟି ତଳକୁ ଖସିଲ କାର୍‌ । ଯେଉଁଥିରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଏହି ଦୁର୍ଘଟଣାଟି ଘଟିଛି । ଏକ କାର୍‌ଟି ଛତିଶଗଡ଼ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିଲା । ଯେଉଁଥିରେ ଚାଲି ଜଣ ଯାତ୍ରୀ ରହିଥିଲେ । କିନ୍ତୁ କାର୍‌ଟି ପଟାଙ୍ଗୀ ଥାନା ଯୋଡିମାଦେଲି ଘାଟି ନିକଟରେ ଭାରସାମ୍ୟ ହରାଇ ଖସିପଡିଥିଲା । ଯାହାଫଳରେ ଗାଡି ଥିବା ଯାତ୍ରୀଙ୍କ ମଧ୍ୟରୁ ତିନି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ବାକି ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତଦେହକୁ ଜବତ କରି ନିକଟସ୍ଥ ମେଡିକାଲକୁ ପଠାଇଛି । ହେଲେ ବର୍ତ୍ତମାନ ଯାଏଁ କୌଣସି ମୃତାହତଙ୍କ ପରିଚୟ ମିଳିପାରିନାହିଁ ।

Related Articles

Leave a Reply

Your email address will not be published.

Back to top button