ଗଞ୍ଜେଇ ଜବତ, ୬ ଗିରଫ

ଭୁବନେଶ୍ବର: ସମ୍ବଲପୁର ଅବକାରୀ ବିଭାଗ ପୁଣି ଥରେ ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଳାଣ କରୁଥିବା ଘଟଣାର ପର୍ଦ୍ଦାଫାସ କରିଛି । ଆଜି ସମ୍ବଲପୁର ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ଶାସନ ଟୋଲଗେଟ ଓ ରଂପେଲା ଠାରେ ପାଟ୍ରୋଲିଂ କରୁଥିବା ବେଳେ ମୋଟ ୩ ଗୋଟି ଗାଡିରୁ ୧ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୁଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଳି ସମ୍ବଲପୁର ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅବକାରୀ ବିଭାଗ ୩ ଗାଡିକୁ ଜବତ କରିବା ସହ ମୋଟ ୬ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏହି ଗଞ୍ଜେଇକୁ ବରଗଡ ପଟରୁ ବିଲାସପୁର ପଟକୁ ଓ ଅନୁଗୁଲ ପଟରୁ ଦିଲ୍ଲୀ ନୋଇଡାକୁ ଚୋରାଚାଲାଣ କରାଯାଉଥିଲା । ଗଞ୍ଜେଇକୁ ଅଭିଯୁକ୍ତ ମାନେ ଗାଡିରେ ସିକ୍ରେଟ ଚାମ୍ବର କରିବା ସହ ଗାଡିରେ ଥିବା ସିଏନଜି ଟାଙ୍କିରେ ଅତି ଚତୁରତାର ସହ ଭର୍ତ୍ତି କରି ଚୋରାଚାଳାଣ କରୁଥିଲେ । ଅନ୍ୟପକ୍ଷରେ ଅବକାରୀ ବିଭାଗ ଗିରଫ ୬ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ଅଧୀକ୍ଷକ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button