ବଜେଟ ଅଧିବେଶନ : ଅପରାହ୍ନ ୪ଟା ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ । ପୁଣି ଗୃହ ମୁଲତବୀ । ଅପରାହ୍ନ ୪ଟା ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିଲାନି । ଶେଷରେ ଗୃହ ସୁପରିଚାଳନା ପାଇଁ ଡାକିଲେ ବାଚସ୍ପତି ସର୍ବଦଳୀୟ ବୈଠକ । ଖବର ଅନୁଯାୟୀ, ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ଦେଖିବାକୁ ମିଳିଥିଲା ହୋହଲ୍ଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଓ ବିଜେପିଙ୍କ ହଟ୍ଟଗୋଳ ହେଉଥିବା ନଜର ଆସିଥିଲା । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା ଓ ନାରାବାଜି କରିଥିଲେ ବିରୋଧୀ । ଫଳରେ ଗୃହକାର୍ୟ୍ୟ ଚାଲିବା ସମ୍ଭବ ପାରିନଥିଲା । ଶେଷରେ ବାଧ୍ୟ ହୋଇ ଗୃହକୁ ପ୍ରଥମ ଦିନ ୧୧.୩୦ଟା ପର୍ୟ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସୁରୁଖୁରୁରେ ଚାଲିପାରିନଥିଲା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଲାଗି ବିଧାନସଭାକୁ ପୁଣି ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ ଘୋଷଣା ହୋଇଛି । ସେପଟେ ଗୃହକୁ ସୁରୁଖୁରୁରେ ଚଲାଇବା ପାଇଁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ ।

Related Articles

Leave a Reply

Your email address will not be published.

Back to top button