ଫେବୃଆରୀ ୨୧ରୁ ବିଧାନସଭା, ୨୪ରେ ବଜେଟ୍

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ  । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ  । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଅପ୍ରେଲ ୬ ପର୍ଯ୍ୟନ୍ତ ଜାରି ରହିବ  । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି  ।  ପ୍ରଥମ ଦିବସରେ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବେ  । ପରେପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବା ସହ ଆଲୋଚନା କରାଯିବ  । ଫେବୃଆରୀ ୨୪ରେ ବଜେଟ ଉପସ୍ଥାପନ କରାଯିବ  । ଫେବୃଆରୀ ୨୭ରୁ ବଜେଟ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ  ।

Related Articles

Leave a Reply

Your email address will not be published.

Back to top button