ଶରୀର ଏବଂ ଆତ୍ମାକୁ ଶୁଦ୍ଧି କରିବାକୁ ପଡ଼ିବ: ରାଷ୍ଟ୍ରପତି

ଭୁବନେଶ୍ୱର:  ଶରୀର ଏବଂ ଆତ୍ମା,ଉଭୟକୁ ଶୁଦ୍ଧି କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ କହିଛନ୍ତି ।  ଭୁବନେଶ୍ୱର ଉକ୍ରଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ଯୋଗେଇ ନିଜ ଅଭିଭାଷଣରେ ରାଷ୍ଟ୍ରପତି ଏହା କହିଛନ୍ତି । ସେହିପରି ସେ କହିଛନ୍ତି ଯେ ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ  । ମାତୃକରୁଣା ପାଇ ଛତ୍ରପତି ଶିବାଜୀ ଓ ଗାନ୍ଧିଜୀ ମହିୟାନ । ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା ।  ତେବେ ଏହି ଶାସ୍ତ୍ରାନୁମୋଦିତ ଉକ୍ତିକୁ ଆମେ ମାନିଛୁ କି ?  ବୃଦ୍ଧ ପିତାମାତାଙ୍କ ଯତ୍ନ ଆମେ ଠିକଭାବେ ନେଉଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ଯେ ବାପା ଓ ମାଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଉଚିତ ।  ପିତା ମାତା ଓ ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ ।  ଆଜି ସୁଖ ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ ।  ଯୋଗ ଦ୍ୱାରା ହିଁ ଜଣକୁ ମାନସିକ ଶାନ୍ତି ମିଳିପାରିବ ।   ଶରୀର ଏବଂ ଆତ୍ମାକୁ ଶୁଦ୍ଧି କରିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ କହିଛନ୍ତି ।  ସେହିପରି ଆତ୍ମାଶୁଦ୍ଧି ଓ ମାନସିକ ଶୁଦ୍ଧି ପାଇଁ ପ୍ରୟାସ ଜରୁରୀ ।  ଆତ୍ମା ଶୁଦ୍ଧି ପାଇଁ ଯୋଗ ଓ ଧ୍ୟାନ କରିବା ଆବଶ୍ୟକ ।  ସାମାଜିକ, ଆର୍ଥିକ ସହ ଆଧ୍ୟାତ୍ମିକ ବିକାଶ ଜରୁରୀ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button