ବବିଙ୍କୁ ୪ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ଆଗକୁ ୨୦୨୪ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ବିଜେଡି ରାଜ୍ୟସଭାପତି ନବୀନ ପଟ୍ଟନାୟକ ବିଜେଡି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରିଛନ୍ତି ।  ଏହି ପରିପ୍ରେକ୍ଷୀରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ୪ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।  ଅତନୁସବ୍ୟସାଚ୍ଚୀ ନାୟକ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।  ସେହିପରି ପ୍ରଶାନ୍ତ ମୁଦୁଲି ଓ ପ୍ରତାପ ଦେବଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।  ପ୍ରଣବପ୍ରକାଶ ଦାସ: ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ।

ଅନ୍ୟ ଜିଲ୍ଲା ଦାୟିତ୍ବରେ ଅଛନ୍ତି: ଅନୁଗୁଳ- ପ୍ରଣବ ପ୍ରକାଶ ଦାସ, ବାଲେଶ୍ୱର- ପ୍ରତାପକେଶରୀ ଦେବ, ବରଗଡ଼- ସୁଧୀର କୁମାର ସାମଲ, ଭଦ୍ରକ- ପ୍ରତାପ ଜେନା, ବଲାଙ୍ଗୀର: ସୁଶାନ୍ତ ସିଂ, ଦେଓଗଡ଼- ଅମ୍ରେଶଜେନା, କଟକ- ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ- ପ୍ରଣବପ୍ରକାଶ ଦାସ, ଗଜପତି- ଅତନୁସବ୍ୟସାଚୀ ନାୟକ, ରାୟଗଡ଼ା-ଅତନୁସବ୍ୟସାଚୀ ନାୟକ, ଜଗତସିଂହପୁର- ଡ. ଅରୁଣ କୁମାର ସାହୁ, କନ୍ଧମାଳ- ବିଜୟ ନାୟକ, କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଲିକ, କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା, କୋରାପୁଟ- ଦିବ୍ୟଶଙ୍କର ମିଶ୍ର, ମାଲକାନଗିରି- ଦିବ୍ୟଶଙ୍କର ମିଶ୍ର, ନବରଙ୍ଗପୁର- ଇଶ୍ୱର ପାଣିଗ୍ରାହୀ, ନୟାଗଡ଼- ପଦ୍ମନାଭ ବେହେରା, ନୂଆପଡ଼ା- ସ୍ନେହାଙ୍ଗିନୀ ଛୁରିଆ, ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମ୍ବଲପୁର- ପ୍ରଣବପ୍ରକାଶ ଦାସ, ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ, କଳାହାଣ୍ଡି- ପ୍ରଣବ ବଳବନ୍ତରାୟ,  ଗଞ୍ଜାମ- ପ୍ରଦୀପ କୁମାର ଅମାତ, ବୌଦ୍ଧ- ସୌଭାଗ୍ୟ ନାୟକ, ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜ- ପ୍ରଶାନ୍ତ ମୁଦୁଲି, ସୁବର୍ଣ୍ଣପୁର- ଦେବେଶ ଆଚାର୍ଯ୍ୟ

Related Articles

Leave a Reply

Your email address will not be published.

Back to top button