ବୋର୍ଡ ମାନିଲା ପ୍ରଶ୍ନପତ୍ର ତ୍ରୁଟି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଛି ।  ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ବୋର୍ଡ ସଭାପତି ନିଜେ ମାନିଛନ୍ତି ।  ତାଙ୍କ କହିବା ଅନୁଯାୟୀ ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଆସିଛି  ମୁଦ୍ରଣଜନିତ ତ୍ରୁଟିରୁ ଏଭଳି ହୋଇଛି  । କ’ଣ ପାଇଁ ହେଲା ତାହାର ତର୍ଜମା କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି ।  ତେବେ  ଛାତ୍ରଛାତ୍ରୀଙ୍କୁ ଏନେଇ ଚିନ୍ତାନକରିବା ତଥା ଭୟଭୀତ ନହେବାକୁ ବୋର୍ଡ ସଭାପତି କହିଛନ୍ତ  । ମୂଲ୍ୟାୟନ ବେଳେ ଏନେଇ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି । ଏଥିସହ ଏଭଳି ତ୍ରୁଟି ପାଇଁ ଆଉ ଥରେ ପରୀକ୍ଷା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ। ବିରିଡି ବ୍ଲକ ସମେତ ଜଗତସିଂହପୁର ଜିଲ୍ଲାରେ ଆଜି ଅନୁଷ୍ଠିତ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ ପରିଲକ୍ଷୀତ ହୋଇଛି। ଆଜି ଅନୁଷ୍ଠିତ ଇତିହାସ ଓ ରାଜନୀତି ବିଜ୍ଞାନ  ପରୀକ୍ଷାରେ ଦିଆଯାଇଥିବା ପ୍ରଶ୍ନପତ୍ର। ବି ସେଟ୍‌ରେ ଏହି ବିଭ୍ରାଟ ଦେଖାଦେଇଥିବା ବେଳେ ଏହି ‘ବି’ ସେଟରେ ‘ଏ’ ସେଟର କେତେକ ପୃଷ୍ଠା ରହିଥିଲା। ଏଥିରେ କେତେକ ସ୍ଥାନରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ ପରୀକ୍ଷା ପରିଚାଳନା କରୁଥିବା କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ବଦଳାଇଥିଲେ। ସମସ୍ତ କ୍ଷେତ୍ରରେ ତାହା ପ୍ରଶ୍ନ ହୋଇପାରିନଥିଲା। ଏହି ଘଟଣା ବିରିଡି ବ୍ଲକ ଅଳକା ସରକରୀ ଉଚ୍ଚ ବିଦ୍ୟାଳୟରେ ଦେଖା ଦେଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ତ୍ରୁଟି ହେବା ଦ୍ୱାରା ଅବଜେଟିଭ ପ୍ରଶ୍ନ ଗୁଡିକର ଉତ୍ତର କମ୍ପ୍ୟୁଟର  ମାଧ୍ୟମରେ ଦେଖାଯିବ । ଏହା ଦ୍ୱାରା ଉତ୍ତର ମେଳକ ନହେବାରୁ ବି ସେଟ ପ୍ରଶ୍ନ ପତ୍ର ପାଇଥିବା ପରୀକ୍ଷାର୍ଥୀ ମାନେ ସଠିକ ଉତ୍ତର ଦେଇଥିଲେ ମଧ୍ୟ ଅସୁବିଧାର ସମୁଖୀନ ହେବେ । ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅବିଭାବକ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published.

Back to top button