ମୋ ସାଇକେଲକୁ ବାଣ୍ଟିବ ବିଏମସି

ଭୁବନେଶ୍ୱର: ଭୁବନେଶ୍ବରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି । ଏଥିପାଇଁ ଏକ ଏସଓପି  ପ୍ରସ୍ତୁତ ହେଉଛି । ଏସଓପି  ହିସାବରେ ଆବଶ୍ୟକୀୟ ଲୋକଙ୍କୁ ସାଇକେଲ ବଣ୍ଟାଯିବ । ଏହା ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ସାଇକେଲକୁ ସଜାଡୁଛି ବିଏମସି । ଏହାକୁ ମରାମତି କରାଯିବା ପରେ ସାଇକେଲକୁ ବଣ୍ଟାଯିବ । କୋଭିଡ ମହାମାରୀ ପାଇଁ ମୋ ସାଇକେଲ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଏହାକୁ ବାଣ୍ଟିବାକୁ ଯୋଜନା କରୁଛି ବିଏମସି । ସେହିପରି ଆବର୍ଜନାକୁ ନେଇ ସ୍ବତନ୍ତ୍ର ପ୍ଲାନ କରାଯାଉଛି । ସବୁ ଘରୁ ବାର କୋଡ ସିଷ୍ଟମରେ ଅଳିଆ ଉଠାଇବା ବ୍ୟବସ୍ଥା କରାଯାଉଛି । ଏମଏମସି  ଏବଂ ଏମଆରଏଫର ସଂଖ୍ୟା ବୃଦ୍ଧି କରାଯିବ । ଦାରୁଠେଙ୍ଗ ସମସ୍ୟାକୁ ଦୂର କରାଯିବା ପାଇଁ ଆଲୋଚନା ଚାଲିଛି । ବାୟୋ ମାଇନିଂ କିଭଳି କରାଯିବ ସେ ନେଇ ମଧ୍ୟ ଯୋଜନା ହୋଇଛି ।

Related Articles

Leave a Reply

Your email address will not be published.

Back to top button