“ମୋ ପରିବାର”ସହଯୋଗରେ ରକ୍ତଦାନ ଶିବିର

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ରକ୍ତ ଦାନ ଜୀବନ ଦାନ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ l ଏହି ମହତ ଉଦ୍ଦେଶ୍ୟ ନେଇ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ଜଟଣୀ ଲୟାର୍ସ ଆସୋସିଏସନ, ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ଓ “ମୋ ପରିବାର” ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଶିକ୍ଷାବିତ୍‌ ତ୍ରିଲୋଚନ ମହାପାତ୍ର, ଆଇନଜୀବୀ ସଙ୍ଘ ସଭାପତି କାହ୍ନୁ ଚରଣ ପ୍ରଧାନ,ଉପ ସଭାପତି ସୁଶିଲ କୁମାର ମହାନ୍ତି,ସମ୍ପାଦକ ଅରୁଣ କୁମାର ସାହୁ, ପାଠାଗାର ସମ୍ପାଦକ ଶିବ ପ୍ରସାଦ ରଥ,ସହ ସମ୍ପାଦକ ଆଶୁତୋଷ ରାୟ,ଆଶିଷ କୁମାର ମହାପାତ୍ର,”ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର କୁମାର ଶତପଥୀ,ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଶିବିର ଆୟୋଜନ ହୋଇଥିଲା l ବିଦ୍ୟାଳୟର ଗୁରୁମା,ଗୁରୁଜୀ, ମୋ ପରିବାରର ସ୍ବର୍ଣ୍ଣମୟୀ ଦାସ, ଲକ୍ଷ୍ମୀପ୍ରିୟା ମିଶ୍ର ସହ ଅନ୍ୟମାନେ ରକ୍ତ ଦାନ କରିଥିଲେ l ଲଘୁଚାପ ଜନିତ ଲଗାଣ ବର୍ଷା ହୋଇ ବି ରକ୍ତଦାତାମାନେ ରକ୍ତଦାନ କରିଥିଲେ l “ମୋ ପରିବାର”ର ପ୍ରତିଷ୍ଠାତା ଶ୍ରୀ ଶତପଥୀଙ୍କ ପ୍ରଚେଷ୍ଟା ପାଇଁ ହିଁ ସଫଳ ହୋଇପାରିଥିବାରୁ ଜଟଣୀ ସମ୍ବାଦ ପ୍ରତିନିଧି ଦେବବ୍ରତ ଷେଣ୍ଢ ପ୍ରଶଂସା କରିଥିଲେ l ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା,”ମୋ ପରିବାର”ର ବୁବୁ ସ୍ୱାଇଁ, ମମତା ଦିବେଦୀ, ଭାରତୀ ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button