ହକି ଟିକେଟର କଳାବଜାରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ନେଇ ଆସିଛି ହକି ବିଶ୍ୱକପ । ସଜବାଜ ହୋଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ମନମୋହିବାରେ ଲାଗିଛି ସ୍ମାର୍ଟସିଟି ଭୁବନେଶ୍ୱର । ଏଥିମଧ୍ୟରେ ଏକ ବଡ଼ କଥା ସାମ୍ନାକୁ ଆସିଛି । ହକି ବିଶ୍ୱକପ ଟିକେଟକୁ ନେଇ ସ୍ମାର୍ଟସିଟିରେ ଚାଲିଛି କଳାବଜାରୀ । ଟିକେଟ ଦଲାଲି ସମୟରେ ୫ଜଣ ଦଲାଲଙ୍କୁ ଗିରଫ କରିଛି ସଦରନଗର ଥାନା ପୋଲିସ । ସୂଚନା ଅନୁସାରେ, ଦଲାଲ ମାନେ ଭାରତ-ୱେଲ୍ସ ମ୍ୟାଚ୍ ଟିକେଟକୁ ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇ ଟିକେଟ ବିକ୍ରି କରୁଥିଲେ । ହକି ବିଶ୍ୱକପ ଟିକେଟ ଯାହାର ମୂଲ୍ୟ ୧୦୦ ଟଙ୍କା ତାହାକୁ ୧୦୦୦ ଟଙ୍କା ଏବଂ ୨୦୦ଟଙ୍କା ଟିକେଟକୁ ୨୦୦୦ । ୫୦୦ ଟଙ୍କା ଟିକେଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହି କଳାବଜାରୀ ଟିକେଟ ଗୁଡ଼ିକ ୧୯,୨୪ ଏବଂ ୨୯ ତାରିଖ ମ୍ୟାଚ ପାଇଁ ବିକ୍ରି କରାଯାଉଥିଲା ।