ବିଜେପିର ଦାବି: ଡୋର୍‌ ଟୁ ଡୋର୍‌ ସର୍ଭେ ହେଉ

ଭୁବନେଶ୍ୱର: ଅଫ୍‌ଲାଇନ୍ ଆବେଦନ ବଦଳରେ ଡ଼ୋର୍ ଟୁ ଡ଼ୋର ସର୍ଭେ ମାଧ୍ୟମରେ ହେଉ ରାଜ୍ୟରେ ଓବିସି ଗଣନା । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଓବିସି ମୋର୍ଚ୍ଚାର ଦାବି । ଓବିସି ଜନଗଣନା ଏହା ଏକ ଯୋଜନା ନୁହେଁ । ୫୪ ପ୍ରତିଶତ ଲୋକଙ୍କର ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ କରିବା ଗୁରୁତ୍ଵପୁର୍ଣ୍ଣ । ବହୁ ବିଳମ୍ବରେ ୨ ବର୍ଷ ପରେ ରାଜ୍ୟ ସରକାର ପଛୁଆ ସର୍ଭେ କରିବେ ବୋଲି ବିଜ୍ଞାପନ ଦେଲେ । ବିଜ୍ଞାପନରେ କହୁଛନ୍ତି ଅନଲାଇନ୍ ଏବଂ ଅଫଲାଇନରେ ଓବିସି ମାନେ ଆବେଦନ କରିବେ। ହେଲେ ଡ଼ୋର ଟୁ ଡ଼ୋର ସର୍ଭେରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କଲା ବିଜେପି । ଏମିତି ହେଲେ ଅନେକ ବିବାଦ ହେବା ବିଳମ୍ବ ହେବ। ଅନେକ ହିତାଧୀକାରୀ ବଞ୍ଚିତ ହେବେ । ଶିକ୍ଷା ଏବଂ ନିଯୁକ୍ତିରେ କାହିଁକି ସଂରକ୍ଷଣ ଦେଉନ କାହିଁକି ସେ ଉତ୍ତର କାହିଁକି ଦେଉ ନାହାନ୍ତି ସରକା ର। ସରକାରଙ୍କ ପାଖରେ ମେସିନାରୀ ଅଛି ଚାହିଁଲେ କରିପାରିବେ ହେଲେ ଏମିତି ନିଷ୍ପତ୍ତି ପଛରେ ଆଉ କିଛି ଷଡଯନ୍ତ୍ର ରହିଛି । ଏହା ସହ ଏବେ ନାମ ଲେଖା ଏବଂ ନିଯୁକ୍ତିରେ ସଂରକ୍ଷଣ ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି ।

Related Articles

Leave a Reply

Your email address will not be published.

Back to top button