ସମ୍ବଲପୁରରେ ବିଜେପି ପୁଲିସ ମୁହାଁମୁହିଁ: ଧନୁପାଲି ଥାନା ଆଇଆଇସିଙ୍କୁ ଚାପୁଡା

ଉଭୟ ପକ୍ଷରୁ ଥାନାରେ ଏତଲା

ଭୁବନେଶ୍ୱର: ବିଜେପି ପକ୍ଷରୁ ସମ୍ବଲପୁରରେ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ଚାଲିଥିବା ବେଳେ ପୁଲିସ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏହି ଶୋଭାଯାତ୍ରାରେ ଧନୁପାଲି ଥାନା ଆଇଆଇସି ଅନୀତା ପ୍ରଧାନଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାମରେ ସମ୍ବଲପୁର ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ଧନୁପାଲି ଆଇଆଇସି ବିଜେପି ମହିଳା ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ର୍ଦୁବ୍ୟବହାର କରିଛନ୍ତି ବୋଲି ଟାଉନ୍‌୍ ଥାନାରେ ସମ୍ବଲପୁର ବିଜେପି ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି । ଏହାବ୍ୟତୀତ ସମ୍ବଲପୁରର କିଛି ମହିଳା ପୁଲିସ କର୍ମଚାରୀ ଉତ୍ତରାଞ୍ଜଳ ଆରଡିସିଙ୍କୁ ଭେଟି ଜୟନାରାୟଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ମିଳିଥିବା ସୂଚନାମୁତାବକ, ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତିର ବପର୍ଯ୍ୟସ୍ଥ ଏବଂ ମନ୍ତ୍ରୀ ହତ୍ୟାକାଣ୍ଡରେ ତଦନ୍ତ ସିବିଆଇ ତଦନ୍ତ ଦାବିରେ ବିଭିନ୍ନ ଜିଲାର ଜିଲାପାଳଙ୍କ ଅଫିସ ସାମ୍ନାରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସମ୍ବଲପୁରରେ ମଧ୍ୟ ସମାନ ଡଙ୍ଗରେ ଏଭଳି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଅପରାହ୍ନ ୨ଟା ସମୟରେ ସମ୍ବଳପୁର ଜିଲାପାଲଙ୍କ କାର୍ଯ୍ୟାୟରେ ଶୋଭାଯାତ୍ରା ପହଞ୍ଚିବା ପରେ ପୁଲିସ ବ୍ୟାରିକେଟିଂ କରିଥିଲା । ହେଲେ ବିଜେପି କର୍ମୀ ଜିଲାପାଳ କାର୍ଯ୍ୟାଳୟ ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲେ । ଯାହାକୁ ନେଇ ବିଜେପି କର୍ମୀ ଏବଂ ପୁଲିସ ମଧ୍ୟରେ ପାତିତୁଣ୍ଡ ହୋଇଥିଲା । ଏଥିରେ ବିରୋଧି ଦଳର ନେତା ଜୟ ନାରାୟଣ ମିଶ୍ର ଧନୁପାଲୀ ଥାନା ଅଧିକାରୀ ଅନିତାଙ୍କୁ ଚାପୁଡା ମାରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ପୁଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା । ମାଡ ମରା ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁର ଟାଉନ ଥାନାରେ ଆଇଆଇସି ଅନିତା ପ୍ରଧାନ ଏତଲା ଦେଇଥିଲେ । ଏହି ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଜୟନାରାୟଣଙ୍କ ବିରୋଧରେ ୬ଟି ଦଫା ଲାଗାଇଛି । ସେଥିରେ ରହିଛି ଆଇପିସିର ଧାରା ୩୫୩, ୩୫୪, ୩୩୨, ୨୯୪, ୫୦୦, ୩୪୧ ଓ ୫୦୬ଭଳି ଦଫା ଲାଗିଛି । ମହିଳାଙ୍କୁ ଅଶାଳୀନ ବ୍ୟବହାର ପାଇଁ ୩୫୪, ସରକାରୀ କର୍ମଚାରୀଙ୍କ କାମରେ ବାଧା ପହଞ୍ଚାଇବା ପାଇଁ ୩୫୩ । ଧମକ ଦେବା, ଅପରାଧିକ ଷଡ଼ଯନ୍ତ୍ର କରିବା ପାଇଁ ୫୦୬, କର୍ତ୍ତବ୍ୟରତ ସରକାରୀ କର୍ମଚାରୀଙ୍କୁ ଶାରିରୀକ ଆଘାତ ପହଞ୍ଚାଇବା ପାଇଁ ୩୩୨, ଅଶାଳୀନ ଭାଷା ପ୍ରୟୋଗ ପାଇଁ ୫୦୦ ଓ ୨୯୪ ଓ ବେଆଇନ ଭାବେ ଅଟକ ରଖିବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଲାଗିଛି ୩୪୧ ଦଫା । ଅନିତା ପ୍ରଧାନଙ୍କ ଏତଲା ଅନୁସାରେ ଅପରାହ୍ମ ୨ଟାରେ ବିଜେପିର ଆନ୍ଦୋଳନ ସରିବା ବେଳକୁ ବ୍ୟାରିକେଡ ପାଖରେ ଜୟନାରାୟଣ ପହଞ୍ଚି ବିନା କିଛି କାରଣରେ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଆଇଆଇସିଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଲେ । ଏପରିକି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିବା ପରେ ମଧ୍ୟ ସେ କିଛି ଶୁଣିବା ଅବସ୍ଥାରେ ନ ଥିଲେ ଏବଂ ଗାଳିଗୁଲଜ ସହ ତତେ ଦେଖିଦେବି, ଥାନା ପୋଡିଦେବି ଏବଂ ତତେ ସସପେଣ୍ଡ କରିଦେବି ବୋଲି ଧମକ ଦେଇଥିଲେ । ଏଭଳି ଗାଳିଦେବା ଅବସ୍ଥାରେ ହଠାତ ଆଶ୍ଚର୍ଯ୍ୟଜନକ ଭାବେ ଧକ୍କା ଦେବା ସହ ମିଡିଆ, ପବ୍ଲିକ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ଆଗରେ ଡାହାଣ ଗାଲରେ ଶକ୍ତ ଚାପୁଡା ମାରିଥିଲେ । ଜଣେ ମହିଳା ପୋଲିସ ଅଧିକାରୀ ହିସାବରେ ଜୟନାରାୟଣଙ୍କ କାର୍ଯ୍ୟ ମୋତେ ଅପମାନିତ କରିଛି । ବିରୋଧୀ ଦଳ ନେତା ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇସି ଅନୀତା ପ୍ରଧାନ ଟାଉନ ଥାନାରେ ଏତଲାରେ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଜୟନାରାୟଣ କହିଛନ୍ତି ଆମେ ଆଇନ୍ ଅମାନ୍ୟ ଆନ୍ଦୋଳନ କରୁଥିଲୁ । ହେଲେ ଆଇଆଇସି ଧନୁପାଲି ପ୍ରଥମେ ତାଙ୍କ ଗୋଡକୁ ଚକଟି ଦେଇଥିଲେ । ପାରେ ଧକ୍କା ମାରିଥିଲେ । ସେହିପରି ଅନ୍ୟ ବିଜେପି କର୍ମୀଙ୍କ ମଧ୍ୟ ଆଇଆଇସି ଦୁଃବ୍ୟବହାର କରହିଛନ୍ତି । ତେବେ ଆଇଆଇସିଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରି ସମ୍ବଲପୁର ବିଜେପି ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଛି । ଅନ୍ୟପକ୍ଷରେ ଓଡିଶା ପୁଲିସ ହାବିଲଦାର ଏବଂ କନେଷ୍ଟେବଳ ଆସୋଶେସନ ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କୁ ଭେଟି ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏସଂକ୍ରନ୍ତରେ ସମ୍ବଲପୁର ଏସ୍‌ପି କହିଛନ୍ତି ବିରୋଧି ଦଳର ନେତା ମହିଳା ଆଇଆଇସିଙ୍କୁ ମାଡ ମାରିବା ସହ ତାଙ୍କ କଲର ଧରି ଗାଳି ଗୁଲଜ କରିଛନ୍ତିି । ଥାନାରେ ଏତଲା ହେବା ପରେ ଘଟଣାର ତଦନ୍ତ ଚାଲିଛି । ତଦନ୍ତର ଶେଷ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

Related Articles

Leave a Reply

Your email address will not be published.

Back to top button