ମେଣ୍ଟ ଆଲୋଚନା ପାଇଁ ଦିଲ୍ଲୀ ଗଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସ

ଭୁବନେଶ୍ବର: ଆଜି ରାତିରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ। ଏନେଇ ଆଜି ବିଭିନ୍ନ ଟିଭି ଗଣମାଧ୍ୟମରେ ପ୍ରସାର କରାଯାଇଛି। ଉଭୟ ଏକ ସ୍ବତନ୍ତ୍ର ଚ୍ୟାଟର ଫ୍ଲାଇଟରେ ଯାଇଥିବାର ଜଣାପଡିଛି। ଫଳରେ ଆସନ୍ତାକାଲି ମେଣ୍ଟ ନେଇ ବିଜେପିର ଶୀର୍ଷ ନେତୃତ୍ବ ସହିତ ଆଲୋଚନା ହେବ ବୋଲି ଜଣାପଡିଛି। ପୂର୍ବରୁ ଉଭୟ ବିଜେଡି ଓ ବିଜେପି ମେଣ୍ଟ କରିବା ନେଇ ରାଜି ହୋଇସାରିଛନ୍ତି। ହେଲେ ଆସନ ବୁଝାମଣା ନେଇ କେତେକ ସମସ୍ୟା ରହିଥିବାର ଜଣାପଡିଛି। ଫଳରେ କାର୍ତ୍ତିକ ପାଣ୍ଡିଆନ ଏବଂ ବବି ଦାସଙ୍କୁ ଦିଲ୍ଲୀ ଡକରା ହୋଇଥିବାର ଜଣାପଡିଛି। ଆସନ୍ତାକାଲି ବୈଠକରେ ଏହି ଚୁଡାନ୍ତ ନିଷ୍ପତି ହେବ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button