ବିଜେଡ଼ିର ଘୋଷଣା : ନବୀନ ଦେବେ ଘର

ଭୁବନେଶ୍ୱର : ଆବାସ ଯୋଜନାକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେଡ଼ି ଓ ବିଜେପି  । ଗୋଟିଏ ପଟେ କେନ୍ଦ୍ର ସରକାର କମ ଘର ଦେଇଛନ୍ତି ବୋଲି ବିଜେଡ଼ି କହୁଥିବାବେଳେ ଅପରପକ୍ଷରେ ଅଯୋଗ୍ୟକୁ ବିଜେଡ଼ି ସରକାର ଘର ଦେଉଛନ୍ତି ବୋଲି ବିଜେପି କହିଛି  । ଏମିତିକି ଯୋଗ୍ୟ ଲୋକଙ୍କୁ ଘର ଦେବା ପାଇଁ ବିଜେପି ଆନ୍ଦୋଳନ ବି ଆରମ୍ଭ କରିଛି  । ଏହାକୁ ନେଇ ବିଜେଡ଼ି ମଧ୍ୟ କାଉଂଟର ଆଟାକ କରିଛି  । ଯଦି କେନ୍ଦ୍ର ସରକାର ଘର ନଦିଅନ୍ତି ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଘର ଦେବେ ବୋଲି ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି  । ସସ୍ମିତ କହିଛନ୍ତିଯେ, ରାଜ୍ୟରେ ୧୫ ଲକ୍ଷ ଲୋକ ଘର ପାଇବାକୁ ଯୋଗ୍ୟ  । କିନ୍ତୁ କେନ୍ଦ୍ର ସରକାର କମ ଘର ଦେଇଛନ୍ତି  । ବିଜେପି ସାଂସଦ ମାନେ ହିଁ ଘରକୁ ଅଟକାଇ ଥିଲେ  । କେନ୍ଦ୍ରମନ୍ତ୍ରୀଙ୍କୁ ଦେଖା କରି ଓଡ଼ିଶାକୁ କିଭଳି ଘର ନମିଳିବ ସେବାଟ କରିଥିଲେ  । ଏବେ ମାତ୍ର ୯ ଲକ୍ଷ ଘର ଦେଇଛନ୍ତି  । ଆହୁରି ଯୋଗ୍ୟ ଅଧିକାରୀ ଘର ପାଇବାକୁ ଅପେକ୍ଷାରେ ଅଛନ୍ତି  । କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆଧାରରେ ହିଁ ରାଜ୍ୟ ସରକାର ଘର ଦେଉଛନ୍ତି  । ରାଜନୀତିକ ମାଇଲେଜ ନନେଇ ବିଜେପି ଓଡ଼ିଶାବାସୀଙ୍କ ହକ ପାଇଁ କାମ କରୁ ବୋଲି ସସ୍ମିତ କହିଛନ୍ତି  ।

Related Articles

Leave a Reply

Your email address will not be published. Required fields are marked *

Back to top button