ପୁଣି ଏମକେସିଜିରେ ଭର୍ତ୍ତି ହେଲେ ବିକ୍ରମ ପଣ୍ଡା

ଭୁବନେଶ୍ବର: ପୁଣି ଡାକ୍ତରଖାନା ଗଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ପେଟ ଓ ଛାତିରେ ଯନ୍ତ୍ରଣା ଯୋଗୁଁ ଜେଲରୁ ଆଣି ପୁଣିଥରେ ତାଙ୍କୁ ଏମକେସିଜି ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି । କଡା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ ଆଣି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଘରୋଇ ଡାକ୍ତରଖାନାକୁ ରେଫର ହୋଇପାରନ୍ତି ବିକ୍ରମ । ମଙ୍ଗଳବାର ଉନ୍ନତ ଚିକିତ୍ସା ପାଇଁ ପିଟିସନ ହୋଇଥିବା ବେଳେ , ଆଜି ସହମତି ପତ୍ର ଦାଖଲ ହୋଇଥାନ୍ତା । ଗଲ୍ ବ୍ଲାଡର ଷ୍ଟୋନ ସର୍ଜରୀ ପାଇଁ ସହମତି ପତ୍ର ଦାଖଲ ହୋଇଥାନ୍ତା । ସୂଚନାଯୋଗ୍ୟ ଯେ, ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ଗତ କିଛି ଦିନ ଧରି ଏମକେସିଜିରେ ଚିକିତ୍ସାଧୀନ ଥିଲେ । ସର୍ଜରୀ ଲାଗି ୨ ଦିନ ତଳେ ସବୁ ପ୍ରସ୍ତୁତି ହୋଇଥିଲା । କିନ୍ତୁ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ଜେଲକୁ ପଠାଇ ଦେଇଥିଲେ । ଏହାକୁ ନେଇ କୋର୍ଟରେ ବିକ୍ରମଙ୍କ ଓକିଲ ପିଟିସନ ଫାଇଲ କରିଛନ୍ତି । ବିକ୍ରମଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button