ବିଜୁ ମହିଳା ଜନତା ଦଳର ମହିଳା କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ମହିଳା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ମାଆମାନଙ୍କ ସଶକ୍ତୀକରଣ ବିନା ବିନା କୌଣସି ସମାଜ ,କୌଣସି ରାଜ୍ୟ ବା ଦେଶ କେବେ ଆଗକୁ ଯାଇ ପାରିବ ନାହିଁ। ମହିଳା ସଶକ୍ତୀକରଣଆମ ପାଇଁ ଏକ ସ୍ଲୋଗାନ ନୂହେଁ, ଏହା ଆମ ପ୍ରଗତିର ମନ୍ତ୍ର।  ଖୁସିର କଥା, ଆଜି ଆମ ଓଡ଼ିଶାର ମାଆମାନେ ସଶକ୍ତ ହେଇଛନ୍ତି। ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ଦୃଶ୍ୟମାନ ହୋଇଛି। ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ଭାଗୀଦାର। ମାମାନେ ଏବେ ଗାଁ ଗାଁରେ ନେତୃତ୍ବ ନେଇଛନ୍ତି। ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ଆଜି ମାମାନଙ୍କର ଶକ୍ତିକେନ୍ଦ୍ର ହୋଇ ପାରିଛି। ଧାନ ଉତ୍ପାଦନ ହେଉ ବା ସହରରେ ଆହାର ସେଣ୍ଟର ପରିଚାଳନା ବା ବିଦ୍ୟୁତ୍‌ ମିଟର ରିଡିଂ ବା ଜଳ ସାଥୀ ବା ୫-ଟିରେ ରୂପାନ୍ତର ହୋଇଥିବା ସ୍କୁଲ ଗୁଡିକର ସୁପରିଚାଳନା ସବୁ ଦାୟିତ୍ଵ ମା ମାନେ ବହୁତ ଭଲ ଭାବରେ ବୁଝୁଛନ୍ତି। ଗାଁ ପୋଖରୀରେ ମାଛ ଚାଷ କରୁଛନ୍ତି। ସହରର ଜଳ ପ୍ରକ୍ରିୟାକରଣକୁ ସୁଧାରିବା କାମ କରୁଛନ୍ତି। ମିଶନ୍ ଶକ୍ତି କେଫ୍ ଏବେ ସାରା ରାଜ୍ୟରେ ପୋଷଣର ବାର୍ତ୍ତା ଦେଉଛି। ସବୁ ଭଲ କାମ ରେ ମା ମାନେ ଆଗରେ। ମା ମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆ ଯାଇଛି। ୨୫୦ କୋଟିରୁ ଅଧିକ ଟଙ୍କାର ସୁଧ ମିଳିପାରିଛି। ଏବେ ମା ମାନଙ୍କ ଯୋଗାଯୋଗର ସୁବିଧା ପାଇଁ ଆମେ ସ୍କୁଟର ଯୋଜନା ଆରମ୍ଭ କରିବାକୁ ଯାଉଛୁ। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମା ମାନଙ୍କ mobility ବିକାଶରେ ଆହୁରି ଶକ୍ତି ଆଣିବ।

Related Articles

Leave a Reply

Your email address will not be published.

Back to top button