ନନ୍ଦନକାନନରେ ଭାଲୁ ମୃତ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନ ଚିକିତ୍ସାଳୟରେ ଚିକିତ୍ସାଧୀନ ୮  ବର୍ଷର ମାଈ ଦେଶୀ ଭାଲୁ ତାରିଣୀର ମୃତ୍ୟୁ  ଘଟିଛି । ବୁଧବାର ସକାଳେ ତାରିଣୀ ପ୍ରାଣୀ  ଚିକିତ୍ସାଳୟରେ ଅଚେତ ହୋଇପଡ଼ିଥିବା ଜନ୍ତୁ  ରକ୍ଷକ ଦେଖି ଚିକିତ୍ସକଙ୍କୁ ଖବର ଦେଇଥିଲେ । ପ୍ରାଣୀ ଚିକିତ୍ସକ ଭାଲୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତା’ର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ।  ମୃତଦେହ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ  କରାଯାଇ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି ।  ଭାଲୁମାନେ ପ୍ରାୟତଃ ଯକ୍ଷ୍ମାରୋଗରେ ପଡ଼ି  ମୃତ୍ୟୁବରଣ କରିଥାନ୍ତି । ତାରିଣୀ ଯକ୍ଷ୍ମା ରୋଗରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।  ଭାଲୁ ତାରିଣୀର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ  ଭାଲୁ ସଂଖ୍ୟା ୨୮କୁ ଖସିଆସିଛି । ସେଥିରୁ ୧୬ଟି  ଦେଶୀ ଓ ୧୨ଟି ହିମାଳୟ ଭାଲୁ ।

Related Articles

Leave a Reply

Your email address will not be published.

Back to top button