କଂଗ୍ରେସ ଛାଡିଲେ ପାରାଦ୍ବୀପର ନେତା ବାପି ସର୍ଖେଲ

ଭୁବନେଶ୍ବର: ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲ। ସେ ଆଜି କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପତ୍ନୀ ମୋନିଦୀପା ସର୍ଖଲ ବିଜେଡିରେ ସାମିଲ ହୋଇଥିଲେ। ସେତେବେଳେ ବାପି କଂଗ୍ରେସରୁ ଇସ୍ତଫା ଦେଇ ନ ଥିଲେ। ତେବେ ପାରାଦ୍ବୀପରୁ ବିଜେଡି କାହାକୁ ଟିକେଟ ଦେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାରାଦ୍ବୀପର ବର୍ତ୍ତମାନ ବିଧାୟକ ଅଛନ୍ତି ସମ୍ବିତ ରାଉତରାୟ। ତାଙ୍କୁ ଦଳ ଟିକେଟ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯେତେବେଳେ ବାପିଙ୍କ ପତ୍ନୀ ବିଜେଡିରେ ସାମିଲ ହେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏବେ ବାପି ସର୍ଖଲେ କଂଗ୍ରେସରୁ ଇସ୍ତଫା ଦେବା ଦର୍ଶାଉଛି ଯେ ସେ ବିଜେଡିରେ ସାମିଲ ହେବେ। ଏହାପରେ ତାଙ୍କୁ ଦଳ ପାରାଦ୍ବୀପରୁ ଟିକେଟ ଦେବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button