ପିକ୍ଅପ୍ ଭ୍ୟାନ୍ ସହ ଅଟୋ ମୁହାଁମୁହିଁ ଧକ୍କା: ୩ ମୃତ, ୨ ଗୁରୁତର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳ ୨ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ସୂଚନା ଅନୁଯାୟୀ, ବାରିପଦା-ଦେଉଳି ରାସ୍ତାର ସିନାଧୁଆ ଛକରେ ଏକ ଅଟୋ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୩ ମୃତକ ଅଟୋରେ ଯାଉଥିଲେ। ଖବରପାଇ ସଦର ଥାନା ପୁଲିସ ଓ ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ଦୁର୍ଘଟଣା ଗସ୍ତ ଗାଡିରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତ ମୃତ ଓ ଆହତ ବ୍ୟକ୍ତିଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି।

Related Articles

Leave a Reply

Your email address will not be published.

Back to top button