ସଂଗୀତ ମୂର୍ଚ୍ଛନା ପକ୍ଷରୁ ଅଡିଓ କ୍ୟାସେଟ ଉନ୍ମୋଚିତ ଓ ପ୍ରତିଭାମାନଙ୍କୁ ପୁରସ୍କୃତ

କେନ୍ଦ୍ରାପଡା / ରାଜକନିକା : ଗତ ଜୁଲାଇ ୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଅଶୋକ ବଜାର ସ୍ଥିତ ଗୋପାଳ ଜିଉଙ୍କ ମନ୍ଦିର ପରିସରରେ ସଂଗୀତ ମୂର୍ଚ୍ଛନା ୟୁଟୁବ ଚ୍ୟାନେଲ୍ ପକ୍ଷରୁ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି l

Sangeeta Murchhana

ଏହି ସଭାରେ ରାଜକନିକା ଥାନାର ଆଇ ଆଇ ସି ଉମାକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଅଡିଓ କ୍ୟାସେଟ୍ ଉନ୍ମୋଚନ କରିଥିଲେ l

Sangeeta Murchhana

ତତ ସଂଗେ ସଂଗେ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ସଂଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ଓ ପ୍ରଯୋଜକ ବସନ୍ତ କୁମାର ,ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଦାସ ଏବଂ ଅଭିନେତା, ଯୁବ କଣ୍ଠଶିଳ୍ପୀ ତଥା ସାମ୍ବାଦିକ ଆଶିଷ କୁମାର ନାୟକ ଉକ୍ତ ବୈଠକରେ ଯୋଗ ଦେଇଥିଲେ l

ସଭାର ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରୁ ଆସିଥିବା କଣ୍ଠଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା I ପୁରସ୍କୃତ ଯୁବ କଣ୍ଠଶିଳ୍ପୀମାନଙ୍କୁ ଉପସ୍ଥିତ ଥିବା ଅନେକ ସଂଗୀତପ୍ରେମୀ ଉତ୍ସାହିତ କରିଥିଲେ l

ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ଏଭଳି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଥିଲେ ଅଞ୍ଚଳବାସୀ l

Related Articles

Leave a Reply

Your email address will not be published.

Back to top button