ଗ୍ରୀଷ୍ମର ପ୍ରକୋପ,ଆହୁରି ବଢ଼ିବ ତାପମାତ୍ରା

ଭୁବନେଶ୍ୱର :ମାର୍ଚ୍ଚରୁ ସ୍ଥିତି ଅସମ୍ଭାଳ ହେଲାଣି । ତାତି କଲବଲ କରୁଛି । ଗରମ ଯେମିତି ଗୁଳୁଗୁଳି ବି ସେମିତି । ସାରା ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରକୋପ । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ । ଏହି ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ। ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ ପାଖାପାଖି ପହଞ୍ଚିପାରେ। ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ତାତିର ପ୍ରକୋପ ଅଧିକ ରହିବ। ଗୁରୁବାର ଭୁବନେଶ୍ବର ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ଠାରୁ ୨ ଡିଗ୍ରୀ ଅଧିକ ଥିଲା । ବର୍ଷାର ସମ୍ଭାବନା ଏବେ ନିକଟ ଭବିଷ୍ୟତରେ ନାହିଁ ।

Related Articles

Leave a Reply

Your email address will not be published.

Back to top button