ସରକାରୀ ଅର୍ଥରେ ଜୁଆଖେଳି ପିଇଓ ଗିରଫ, ବେଟିଂରେ ଉଡାଉଥିଲେ ସରକାରୀ ଟଙ୍କା

ଭୁବନେଶ୍ବର: ରାତାରାତି ଧନୀ ହେବାର ନିଶାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ୪୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜୁଆ ଖେଳି ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ନୂତନଭାବେ ନିଯୁକ୍ତି ପାଇଥିôବା ତଥା ସରାକରୀ ଚାକିରୀର ବର୍ଷେ ନପୂରୁଣ ସେ ସେ କ୍ଷମତାର ଅପବ୍ୟବହାର ହଡପ କରିଛନ୍ତି ଲକ୍ଷଲକ୍ଷ ଟଙ୍କା । ପଞ୍ଚାୟତର ସବୁ ଟଙ୍କା ଦିଗପହଣ୍ଡିସ୍ଥିତ ଆକ୍ସିସ ଓ କାନାଡା ବ୍ୟାଙ୍କର ଶାଖାରେ ଜମା ରହୁଥିଲା ବେଳେ । ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ କରି ବ୍ୟାଙ୍କ୍ ଆଖିରେ ଧୂଳି ଦେଇ ପଞ୍ଚାୟତର ସିଏଫ୍ସି, ଏସ୍ଏଫ୍ସି, ପିଡିଏସ୍ ଏବଂ ଓଏପି ଆକାଉଣ୍ଟସ୍ରୁ ୪୩,୦୧,୬୪୦ ଟଙ୍କା ଚଞ୍ଚକତା କରି ହଡ଼ପ କରିଛନ୍ତି। ତେବେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହେଲା ପରେ ଘଟଣାର ତଦନ୍ତ କରାଯାଇଥିଲା। ମାମଲାର ତଦନ୍ତ ଆଧାରରେ ଭିଜିଲାନ୍ସ ବିଭାଗ ଅଭିଯୁକ୍ତ କ୍ଷେତ୍ରମୋହନଙ୍କୁ ଗିରଫ କରିଛି। ସରକାରୀ ଅର୍ଥକୁଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍ ବିଭିନ୍ନ ପ୍ରକାର ଜୁଆରେ ଲଗାଉଥିଲେ କୋଟିପତି ହେବା ଆଶରେ। ବିଶେଷ କରି କ୍ରିକେଟରେ ବେଟିଂ କରରୁଥିବା ବେଳେ ବିଭିନ୍ନ ପ୍ରକାରର ଗେମିଂ ଆପ୍ରେ ମଧ୍ୟ ଖେଳୁଥିଲେ ବୋଲି ଆଜି ଅପରାହ୍ଣରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମ୍ିଳନୀରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।