ଆରପାରିରେ ଅବସରପ୍ରାପ୍ତ ପୁଲିସ ଏସଆଇ

ଜଟଣୀ (ଶୁଭେନ୍ଦ୍ର ଶତପଥୀ): ସ୍ଥାନୀୟ ଶ୍ରୀହରି ବିହାର ସ୍ଥିତ ବାସଭବନରେ ଅବସର ପୁଲିସ ଏସ ଆଇ ଦିବଂଗତ ଶରତ କୁମାର ପାଇକରାୟଙ୍କ ମଙ୍ଗଳବାର ସକାଳ ୬.୨୫ ମିନିଟରେ ହୃଦଘାତରେ ପରଲୋକ ହୋଇଯାଇଛି l ସକାଳୁ ଉଠି ଚୌକିରେ ବସିଥିବା ବେଳେ ଅଚେତ ଅବସ୍ଥାରେ ଘରେ ଦେଖିଥିଲେ ତାପରେ ଜଟଣୀ ମେଡିକାଲକୁ ନେଇଥିଲେ l ସେଠାରେ ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା। ମୃତ ଶରୀରକୁ ପ୍ରଥମେ ଵାସଭବନକୁ ଆଣିଥିଲେ ସେଠାରେ ଶ୍ରୀ ହରି ବିହାର ସମେତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ l ତାଙ୍କର ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀହରି ବିହାରରେ ପରିକ୍ରମା କରାଯିବା ପରେ ନିଜ ଗ୍ରାମ ଯମୁନାରେ ମଧ୍ୟ ପରିକ୍ରମା କରାଯାଇ ଗ୍ରାମର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ସିପୁନ ପାଇକରାୟ ମୁଖାଗ୍ନି ଦେଇଥିବାବେଳେ ଶ୍ମଶାନରେ ପ୍ରିୟଜନ,ବନ୍ଧୁ ପରିଜନ,ମୋ ପରିବାରର ୩୦ଉର୍ଦ୍ଧ ସଦସ୍ୟ ଓ ସଦସ୍ୟା, ଯମୁନା ଗ୍ରାମର ୩୦୦ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ମାନେ ଉପସ୍ଥିତ ରହି ଶେଷ ସମ୍ମାନ ଜଣାଇବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।”ମୋ ପରିବାର”ର ବରିଷ୍ଠ ସଦସ୍ୟ ଥିଲେ l ସେ ଜଣେ କବି, ପରୋପକାରୀ, ସ୍ପଷ୍ଟବାଦୀ, ସ୍ବାଭିମାନ ଏବଂ ସମାଜସେବୀ ବ୍ୟକ୍ତି ଥିଲେ। ସେ ଲୋକଙ୍କର ଅତି ପ୍ରିୟପାତ୍ର ହୋଇଥିଲେ l ଦିବଂଗତ ଶରତ କୁମାର ପାଇକରାୟଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ ସହିତ ଯମୁନା ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

Related Articles

Leave a Reply

Your email address will not be published.

Back to top button