ଜେଲରୁ ମୁକୁଳିବେ ଅର୍ଚ୍ଚନା !

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାରେ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ସେ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।  ଅର୍ଚ୍ଚନା ନେତା-ମନ୍ତ୍ରୀଙ୍କୁ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା । ପରେ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଇଡି ମଧ୍ୟ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ପିଏମ୍‌ଏଲ୍‌ଏ ଆକ୍ଟ-୧୯ରେ ଗିରଫ କରିଥିଲା ।

Related Articles

Leave a Reply

Your email address will not be published.

Back to top button