ଅର୍ଚ୍ଚନା ନାଗଙ୍କ କଳାସାମ୍ରାଜ୍ୟ ଉପରେ ମୁହଁ ଖୋଲିଲେ ଦାମ

ଭୁବନେଶ୍ୱର: ରାଜନେତାମାନେ ସେବା ନୁହେଁ, ଏବେ ଉପଭୋଗ କରିବାକୁ ଆସୁଛନ୍ତି । ସେମାନଙ୍କ ମନରେ ଡର ଭୟ ବି ନାହିଁ । ତେଣୁ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ୍‌ଙ୍କ କଳାସାମ୍ରାଜ୍ୟ ସହ କିଛି ରାଜନେତା ସମ୍ପୃକ୍ତି ଥିବା ଚର୍ଚ୍ଚା ହେଉଛି । ଯଦି ତାହା ସତ ସାଂଘାତିକ । ଏଭଳି ନେତାଙ୍କୁ ଖୋଜି ଦଣ୍ଡ ଦିଆଯାଉ । କାରଣ ଶାସକ ଦଳ ହାତରେ ରହିଛି ପୁଲିସ । ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅର୍ଚ୍ଚନା ନାଗ୍ ଘଟଣାରେ ମୁହଁ ଖୋଲି ଏଭଳି ଦାବି କରିଛନ୍ତି । ଡା. ରାଉତ କହିଛନ୍ତି ଯେ, ବିଧାନସଭା ଚାଲିଲାବେଳେ ସିକ୍ୟୁରିଟି ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଅର୍ଚ୍ଚନା ବେଧଡ଼କ ଗୃହ ପରିସରକୁ ଯାଉଥିଲେ । ତାହା କେମିତି ସମ୍ଭବ ହେଉଥିଲା ଏକ ବଡ଼ ପ୍ରଶ୍ନ । ଦ୍ୱିତୀୟରେ କ୍ରିକେଟ୍ ଖେଳ ଦେଖିବାକୁ ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳୁନଥିବାବେଳେ ଅର୍ଚ୍ଚନା ୫୦ଟି ଭିଆଇପି ପାସ୍ ହାତେଇଥିଲେ । ସେସବୁ ଟିକେଟ୍ କିଏ ଦେଲା ତଦନ୍ତ ହେବା ଦରକାର । ଡା. ରାଉତ ପୁଣି କହିଛନ୍ତି ଯେ, ଅର୍ଚ୍ଚନା ନାଗ୍‌ଙ୍କର କଳା ସାମ୍ରାଜ୍ୟ ପଛରେ କେବଳ ରାଜନେତା ସହ କିଛି ପ୍ରଶାସକ ଓ ଠିକାଦାର ବି ସମୃକ୍ତି ଥିବା ଅନୁମାନ କରାଯାଉଛି । ନହେଲେ ଅର୍ଚ୍ଚନାର କଳାସାମ୍ରାଜ୍ୟ ଏତେ ବଢ଼ି ନଥାନ୍ତା । ସେମାନଙ୍କ ଯୋଗୁଁ ଅର୍ଚ୍ଚନାର ପାପର ଉଆସ ନର୍ମାଣ ସମ୍ଭବ ହୋଇଛି । ଏହି ପାପକୁଣ୍ଡରେ ଯିଏ ଗୋଡ଼ ବୁଡ଼ାଇବାକୁ ଯାଇଛି ସେ ଭାସିବା ଦରକାର । ସତ କଥା ପଦାକୁ ଆସିବା ଦରକାର ବୋଲି ଡା. ରାଉତ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button