ଅର୍ଚ୍ଚନା ନାଗ ଜାମିନ୍‌ ମାମଲା:ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି

କଟକ: ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ୍‌ ଓ ବ୍ଲାକ ମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ୍‌ଙ୍କ ଜାମିନ୍‌ ମାମଲାରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କେସ୍‌ ଡାଏରୀ ଦାଖଲ କରାଯାଇଛି । ପୁଲିସର କେସ୍‌ ଡାଏରୀ ଦାଖଲ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭି. ନରସିଂହ ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଧାର୍ୟ୍ୟ କରିଛନ୍ତି । ବ୍ଲାକ୍‌ମେଲିଂ ଅଭିଯୋଗରେ ଅର୍ଚ୍ଚନା ନାଗ୍‌ଙ୍କ ବିରୋଧରେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ଥାନାରେ ଏତଲା ଦାଏର କରିଥିଲେ । ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଗତ ଅକ୍ଟୋବରରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା । ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅର୍ଚ୍ଚନା ନାଗ୍‌ଙ୍କ ଜାମିନ୍‌ ଆବେଦନ ନିମ୍ନ ଅଦାଲତରୁ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button