ଅର୍ଚ୍ଚନା ହନିଟ୍ରାପ୍ ମାମଲା: ଆଜି ଦାଖଲ ହେବ ଇଡି ଚାର୍ଜସିଟ୍‌

ଭୁବନେଶ୍ୱର: ଅର୍ଚ୍ଚନା ବ୍ଲାକ୍‌ମେଲିଂ ଏବଂ ହନିଟ୍ୟାପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆସନ୍ତା ସୋମବାର ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରିବ । ଚାର୍ଜସିଟ୍‌ରେ ବ୍ଲାକମେଲିଂ, ହନିଟ୍ରାପ୍ ଏବଂ ସେକ୍ସ୍‌ଟ୍ରୋକ୍ସନ୍ ସମ୍ପର୍କିତ ତଦନ୍ତ ରିପୋର୍ଟ ରହିବ । ତେବେ ଏହା ଓପନ ଚାର୍ଜସିଟ୍ ରହିବ ବୋଲି ଇଡି ସୂତ୍ରରୁ ଖବର ମିଳିଛି । ଏହି ଚାର୍ଜସିଟ୍ ପ୍ରାୟ ୧୩୦୦ ପୃଷ୍ଠା ସମ୍ବଳିତ ହେବ ବୋଲି ସୂତ୍ରରୁ ଜଣାପଡିଛି । ଇଡି ଅଧିକାରୀମାନେ ତଦନ୍ତ ସମୟର ପ୍ରସ୍ତୁତ ହୋଇଥିବା କିଛି ଅଡିଓ ଭିଜୁଆଲ ରେକର୍ଡ ମଧ୍ୟ କୋର୍ଟରେ ଦାଖଲ କରିବାର ସମ୍ଭାବନା ରହିଛି । ସେହିପରି ଜେରାର ସମ୍ମୁଖିନ ହୋଇଥିବା ବ୍ୟକ୍ତିଙ୍କର ମଧ୍ୟ ଅଡିଓ ଭିଜୁଆଲ ରେକର୍ଡ ଦାଖଲ ହୋଇପାରେ । ସୂଚନାଯୋଗ୍ୟ, ଇଡି ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ବେଆଇନ୍ ଅର୍ଥ କାରବାର ସମ୍ପର୍କରେ ତଦନ୍ତ ଚଳାଇଥିଲା । ପୂର୍ବରୁ ପୁଲିସ ଦ୍ୱାରା ଗିରଫ ହୋଇଥିବା କ୍ରାଇମ୍ ସିଣ୍ଡିକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପୂନର୍ବାର ଗିରଫ କରିଥିଲା । ଗିରଫ ପରେ ବାରମ୍ବାର ରିମାଣ୍ଡରେ ଆଣି ସେମାନଙ୍କୁ ପଚରାଉଚରା କରିଥିଲା । ତେବେ ମାମଲା ଇଡି ହାତକୁ ଆସିବା ପରେ ଅର୍ଚ୍ଚନାଙ୍କ ବ୍ୟବସାୟୀକ ବନ୍ଧୁ ଖଗେଶ୍ୱରକୁ ଗିରଫ କରିବା ସହ ଦାମୀ ଗାଡି ଜବତ କରିଥିଲା । ଯାହାକୁ ପୁଲିସ ଜବତ କରିପାରୁ ନ ଥିଲା । ଅନ୍ୟପକ୍ଷରେ ଇଡି ଗିରଫ ଅଭିଯୁକ୍ତ ମାନଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଗିରଫ ଅଭିଯୁକ୍ତମାନଙ୍କ ସମ୍ପତ୍ତି କଣ ପାଇଁ ଜବତ କରା ନ ଯିବ ସେଥିପାଇଁ ଉତ୍ତର ରଖିବା ନେଇ ସେମାନଙ୍କୁ ସୋ କଜ୍ ନୋଟିସ ଜାରି କରାଯାଇଛି । ଏହା ମଧ୍ୟରେ ଇଡି ଅର୍ଚ୍ଚନାଙ୍କ ଦାମୀ ଘରର ମାପଚୁପ କରିବା ସହ ସମ୍ପତ୍ତିର ମୂଲ୍ୟ ଆକଳନ କରିଛି ।

Related Articles

Leave a Reply

Your email address will not be published.

Back to top button