ଅର୍ଚ୍ଚନା ମାମଲା: ଚାର୍ଜସିଟ୍‌ ଦାଖଲ କଲା ଖଣ୍ଡଗିରି ପୋଲିସ

ଭୁବନେଶ୍ୱର : ଲେଡି ବ୍ଲାକମେଲ୍‌ର ଅର୍ଚ୍ଚନା ନାଗ ଗିରଫ ଘଟଣା । ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଖଣ୍ଡଗିରି ଥାନା ପୋଲିସ । ପ୍ରାୟ ୨୪୦୦ ପୃଷ୍ଠାର ଚାର୍ଜସିଟ ଦାଖଲ  । ଏହି ଚାର୍ଜସିଟରେ ଅର୍ଚ୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ଖବର ଅନୁଯାୟୀ, ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ । ହନିଟ୍ରାପ ଜରିଆରେ ଲୋକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ କରୁଛି କମିଶନରେଟ୍‌ ପୋଲିସ ପୂର୍ବରୁ ଅର୍ଚ୍ଚନାଙ୍କ ବିରୁଦ୍ଧରେ ନୟାପଲ୍ଲୀ ଥାନା ପୋଲିସ ଚାର୍ଜସିଟ ଦାଖଲ କରିଥିଲା । ଖଗେଶ୍ବର ନାଁରେ କୌଣସି ଅଭିଯୋଗ ନାହିଁ । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଅର୍ଥ ହେର୍‌ଫେର୍‌ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତଥାପି ସେମାନଙ୍କ ଠାରୁ କୌଣସି ସଠିକ୍‌ ସୂଚନା ପାଇନାହିଁ ଇଡି ।

Related Articles

Leave a Reply

Your email address will not be published.

Back to top button