ମୋ ଘର ଯୋଜନା ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ କେମିତି କରିବେ

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ଯୋଜନା ‘ମୋ ଘର’ ଆରମ୍ଭ କରିଛନ୍ତି। ଏହି ଘୋଷଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଥିବେ ସେମାନଙ୍କୁ ପକ୍କା ଘର ଯୋଗାଇ ଦେବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର କରିପାରିବେ। ଏହି ନୂଆ ଯୋଜନା ମାଧ୍ୟମରେ ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ ବଞ୍ଚିତ ହିତାଧିକାରୀ  ଲାଭ ପାଇପାରିବେ । ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ। ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ। ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି ପ୍ରଦାନ କରାଯିବ। ଦେଢ ଲକ୍ଷରେ ଯଥାକ୍ରମେ ୪୫ ଓ ୫୫ ହଜାର, ୨ ଓ ୩ଲକ୍ଷରେ ଯଥାକ୍ରମେ ୬୦ ଓ ୭୦ ହଜାର ସବସିଡି ମିଳିବ। ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ।

କେଉଁମାନେ ମୋ ଘର ପାଇଁ ଯୋଗ୍ୟ

୧- କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ
୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ
୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ଗତ ନିର୍ବାଚନରେ ସମସ୍ତଙ୍କୁ ପକ୍କା ଘର ପ୍ରଦାନ ତାଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ। ଯାହାକୁ ସେ ପୁରଣ କରିବା ପାଇଁ ଏହି ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାର ହିତାଧିକାରୀ ଅନ ଲାଇନ ମାଧ୍ୟମରେ ଆବେଦନ କରିବା ପାଇଁ ନିବେଦନ କରାଯାଇଛି। ସେମାନେ https://rhodisha.gov.in/moghara/ ଆବେଦନ କରିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button