ଆସୁଛି ଆଉ ଏକ ଲଘୁଚାପ, ହୋଇପାରେ ନିର୍ଧୁମ ବର୍ଷା

ଭୁବନେଶ୍ୱର  : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଶନିବାର ଏହା ଲଘୁଚାପ ରୂପ ନେବ । ଏହା ଅଧିକ  ଘନୀଭୂତ ହୋଇପାରେ । ଲଘୁଚାପ ପ୍ରଭାବରେ ୧, ୨ ଓ ୩ ତାରିଖରେ ରାଜ୍ୟରେ ନିର୍ଧୁମ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଭାରତୀୟ ପାଣିପାଗ  ବିଭାଗ ଆକଳନ ଅନୁସାରେ, ୧, ୨ ଓ ୩ ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ଭଲ  ବର୍ଷା ହେବ । ୨୮ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । ୨୯ରେ କିଛି ସ୍ଥାନରେ  ପ୍ରବଳ ବର୍ଷା ହୋଇପାରେ । ପରେ ମଧ୍ୟ ଭଲ ବର୍ଷା ହେବ ।  ୧ ତାରିଖରେ ପଶ୍ଚିମ  ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ବଲାଙ୍ଗୀର,  ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ୭୦ରୁ ୨୦୦ମିମି ଯାଏ ବର୍ଷା  ସମ୍ଭାବନା ଅଛି ।

Related Articles

Leave a Reply

Your email address will not be published.

Back to top button