ପୁଣି ଆନ୍ଧ୍ରର ଅନୁପ୍ରବେଶ

ଭୁବନେଶ୍ୱର:  ଓଡ଼ିଶା ସୀମାନ୍ତ ଅଂଚଳରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ସ୍ୱାସ୍ଥ୍ୟକର୍ମୀଙ୍କୁ ଘଉଡାଇଲେ ବ୍ଲକ ଅଧ୍ୟକ୍ଷା । କୋଟିଆ ଗ୍ରାମପୁଂଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଅନେକ ସମୟରେ ଆନ୍ଧ୍ରର ଅଧିକାରୀ ମାନେ କୋଟିଆ ଗ୍ରାମପୁଂଜ ସହିତ ସୀମାନ୍ତ ଗାଁ ଗୁଡ଼ିକରେ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଆନ୍ଧ୍ରର କିଛି ସ୍ୱାସ୍ଥ୍ୟକର୍ମୀ ଓଡ଼ିଶା ସୀମାରେ ଅନୁପ୍ରବେଶ କରିଥିଲେ । ପଟାଙ୍ଗି ବ୍ଲକ ନୂଆଗାଁ ପଂଚାୟତର ଗାଲିଗାବଦର ଗାଁରେ ପହଂଚି ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ପାଇବା ପରେ ପଟାଙ୍ଗି ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି ତୁରନ୍ତ ସେଠାରେ ପହଂଚିଥିଲେ । ଆନ୍ଧ୍ରସ୍ୱାସ୍ଥ୍ୟକର୍ମୀଙ୍କୁ ତାଗିଦ୍ କରିବା ପରେ ସେହିଗାଁରୁ ସେମାନେ ଫେରିଯାଇଥିଲେ ।

Related Articles

Leave a Reply

Your email address will not be published.

Back to top button