ଭୁବନେଶ୍ବରକୁ ବେଷ୍ଟ ସ୍କାର୍ଟସିଟି ଆଓ୍ବାର୍ଡ

ପୁଣି ଜାତୀୟସ୍ତରରେ ବଢ଼ିଲା ଓଡ଼ିଶାର ଗୌରବ। ଭୁବନେଶ୍ବରକୁ ବେଷ୍ଟ ସ୍କାର୍ଟସିଟି ଆଓ୍ବାର୍ଡ । ଇଣ୍ଡିଆା ସ୍ମାର୍ଟସିଟି କନକ୍ଲେଭ-୨୦୨୩ରେ ପୂର୍ବାଞ୍ଚଳର ବେଷ୍ଟ ସ୍ମାର୍ଟସିଟି ସମ୍ମାନ ପ୍ରଦାନ କରାଯାଇଛି । ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ଆଓ୍ବାର୍ଡ ପ୍ରଦାନ କରିଥିବାବେଳେ ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚନା ଦାସଙ୍କ ନେତୃତ୍ବରେ ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ସ୍ମାର୍ଟ ସିଟି ଲିମିଟେଡ(ବିଏସ୍ସିଏଲ୍)ର ଜେନେରାଲ ମ୍ୟାନେଜର ସୁବ୍ରତ କୁମାର ବେହେରାଙ୍କ ସମେତ ଟିମ୍ ବିଏମସି, ଟିମ୍ ବିଏସ୍‌ସିଏଲ୍‌ ଏବଂ ହନିୱେଲର ସଦସ୍ୟମାନେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ସହଭାଗୀ ଅନୁଷ୍ଠାନ ହନିୱେଲ ଅଟୋମେସନକୁ ମିଳିଛି ‘ପାର୍ଟନର ଏମ୍ସ୍‌ଇ ସମ୍ମାନ’ । ତେବେ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏହି କନକ୍ଲେଭ ଅନୁଷ୍ଠିତ ହୋଇଥିଲା । ତେବେ ଏହି ସମ୍ମାନ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ସହରାଞ୍ଚଳ ରୂପାନ୍ତରୀକରଣ ଏବଂ ସହରକୁ ଗଢ଼ିବାରେ ଅଦମ୍ୟ ଚେଷ୍ଟା ସୃଜନଶୀଳତା, ଦୀର୍ଘ ମିଆଦି ଅନ୍ତର୍ଭୁକ୍ତିକରଣ ବିକାଶର ପ୍ରତିଫଳନ ସ୍ବରୂପ । ପୂର୍ବରୁ ଭୁବନେଶ୍ବରର ଚିତ୍ର ଆଉ ଏବେର ଚିତ୍ର ସମସ୍ତଙ୍କୁ ବେଶ ଭଲଭାବେ ଜଣା । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିକାଶ ଶିଖର ଛୁଇଁଛି । ଶିକ୍ଷାଠାରୁ ସଫା ସୁତୁରା ସବୁ କ୍ଷେତ୍ରରେ ଉନ୍ନତମାନର ହୋଇଛି । ସ୍ମାର୍ଟ ସିଟି କନକ୍ଲେଭ ୨୦୨୩ରେ ସରକାରୀ ଅଧିକାରୀ, ସହରୀ ଯୋଜନାକାରୀ, ଶିଳ୍ପପତି ଏବଂ ସମଗ୍ର ଭାରତର ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ | ଏହି କନକ୍ଲେଭ ହିତାଧିକାରୀମାନଙ୍କ ପାଇଁ ସ୍ମାର୍ଟ ସିଟି ପରିସରରେ ଅତ୍ୟାଧୁନିକ ଯୋଜନା ଏବଂ ଉଦ୍ଭାବନ ଉପରେ ଆଲୋଚନା ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button